ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗନ୍ନାଥ ସାହିତ୍ୟରେ ନିଆଳିର ସଫଳତା

ଜଗତସିଂହପୁର / ନିଆଳି , 05/08/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :
Article Image
ଓଡ଼ିଶା ସରକାରଙ୍କ ପ୍ରକାଶିତ 'ଉତ୍କଳ ପ୍ରସଙ୍ଗ' ଜୁନ-ଜୁଲାଇ ରଥଯାତ୍ରା ବିଶେଷାଙ୍କରେ ନିଆଳି ମାଟିର ତିନିଜଣ ବିଶିଷ୍ଟ ସାହିତ୍ୟିକଙ୍କ ଲେଖା ସ୍ଥାନ ପାଇଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ସୃଷ୍ଟି ହୋଇଛି। ଜଗନ୍ନାଥ ସାହିତ୍ୟର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ପ୍ରକାଶିତ ୨୮୦ ପୃଷ୍ଠା ବିଶିଷ୍ଟ ଏହି ରଥଯାତ୍ରା ବିଶେଷାଙ୍କରେ ମୋଟ ୧୦୩ଟି ଜଗନ୍ନାଥ-ଭିତ୍ତିକ ପ୍ରବନ୍ଧ ସ୍ଥାନ ପାଇଛି। ସମ୍ପୂର୍ଣ୍ଣ ପତ୍ରିକାଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇତିହାସ, ପରମ୍ପରା, ସଂସ୍କୃତି ଓ ସାହିତ୍ୟକୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଛି। ଏହାର ସମ୍ପାଦନା ଦାୟିତ୍ୱ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି। ଏହି ବିଶେଷାଙ୍କରେ ଡ଼. ତ୍ରିନାଥ ପଟ୍ଟନାୟକଙ୍କ “ଶ୍ରୀମନ୍ଦିର ବେଢ଼ାରେ ଅଭିନୀତ ନାଟକ ସମୂହ”, ଡ଼. କୈଳାସ ଚନ୍ଦ୍ର ପାଣିଙ୍କ “ପ୍ରାଚୀ ତୀର୍ଥ, ମାଧବ ଓ ଶ୍ରୀଜଗନ୍ନାଥ” ଏବଂ କବି-ଗାଳ୍ପିକ କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀଙ୍କ “ଯବନ ଓ ଜଗନ୍ନାଥ” ପ୍ରବନ୍ଧ ପ୍ରକାଶ ପାଇଛି। ନିଆଳି ଅଞ୍ଚଳର ଏହି ସଫଳତାକୁ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଗୌରବମୟ ଉପଲବ୍ଧି ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି। ଏହି ଅବସରରେ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ତିନିଜଣ ସାହିତ୍ୟିକଙ୍କୁ ଅଭିନନ୍ଦନ ଜଣାଯାଇଛି।
Article Image
5