ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲାରେ ନବ ନିଯୁକ୍ତ ହୋମଗାର୍ଡ ମାନଙ୍କୁ ଶୁଭେଚ୍ଛା ଜଣେଇଲେ ଏସ୍ପି ଅଙ୍କିତ କୁମାର ବର୍ମା

ଜଗତସିଂହପୁର, 05/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଆୟୋଜନ ହେଲା ଦୀକ୍ଷାନ୍ତ ସମାରୋହ ହୋମଗାର୍ଡ ବାହିନୀ
Article Image
ଜଗତସିଂହପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନବନିଯୁକ୍ତ ୧୧୨ ଜଣ ହୋମଗାର୍ଡ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି ଅବସରରେ ପୁନଙ୍ଗସ୍ଥିତ ପୋଲିସ ବ୍ୟାରେକ ପଡ଼ିଆରେ ଦୀକ୍ଷାନ୍ତ ଗୃହରକ୍ଷୀ ବାହିନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଜିଲ୍ଲା ପୋଲିସ ଅଧୀକ୍ଷକ ଅଙ୍କିତ କୁମାର ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ହୋମଗାର୍ଡମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଷ୍ଠା, ସଚ୍ଚୋଟତା ଓ ସେବାଭାବ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାରେ ନବନିଯୁକ୍ତ ୧୧୨ ଜଣ ହୋମଗାର୍ଡଙ୍କ ଦୀକ୍ଷାନ୍ତ ସମାରୋହ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ପୁନଙ୍ଗସ୍ଥିତ ପୋଲିସ ବ୍ୟାରେକ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା ଯୋଗଦେଇ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ। ସେ ନବନିଯୁକ୍ତ ଗୃହରକ୍ଷୀମାନଙ୍କୁ ଜନସେବା, ଆଇନର ଶାସନ ରକ୍ଷା ଏବଂ ଶୃଙ୍ଖଳାବଦ୍ଧ ଭାବେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପରାମର୍ଶ ଦେଇଥିଲେ।
Article Image
ଏହି ଅବସରରେ ନବନିଯୁକ୍ତ ହୋମଗାର୍ଡମାନଙ୍କ ପରିବାର ସଦସ୍ୟ ଓ ଅଭିଭାବକମାନେ ମଧ୍ୟ ଉପସ୍ଥିତ ରହି ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସମାରୋହରେ ହୋମଗାର୍ଡ ବିଭାଗର ବରିଷ୍ଠ ଅଧିକାରୀ ଓ ପୋଲିସ ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।
6