ଜଗତସିଂହପୁର / ଏରସମା ବ୍ଲକ ଗୁଆମୁଣ୍ଡା ଗ୍ରାମ, 06/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗୁଆମୁଣ୍ଡା ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଗ୍ରାମରେ ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ରୁ 70 ଜଣ ଉପଭୋକ୍ତା ଏହି ଟ୍ରାନ୍ସଫର୍ମର ରୁ ବିଦ୍ୟୁତ କଂନେକ୍ସନ ନେଇ ଥିବା ବେଳେ ଜନୈକ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ କୁକୁଡ଼ା ଫାର୍ମ ଓ ଚୁଁଗୁଡ଼ି ଘେରି କୁ ବିଦ୍ୟୁତ କଂନେକ୍ସନ ନେଉଥିବା ବେଳେ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ । ଯାହା ଫଳରେ ଅଧିକ ଲୋଡ଼ ପଡିବା ସହିତ ଲୋ ଭୋଲ୍ଟେଜେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଗ୍ରାମବାସୀ ମାନେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ସେହି ବ୍ୟକ୍ତି ଙ୍କୁ ଗାଁର ଟ୍ରାନ୍ସଫର୍ମର ରୁ ବିଦ୍ୟୁତ କଂନେକ୍ସନ ନ ଦେବାକୁ ଅନୁରୋଧ କରିଛନ୍ତି । ଯଦି ଏହାର ସ୍ଥାୟୀ ସମାଧାନ ନ କରାଯାଏ ତେବେ ଗ୍ରାମବାସୀ ମାନେ ଆଗମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।