ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଟ୍ରିକ ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ

ବୁଗୁଡା, 19/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ତାହାକୁ ଶୃଙ୍ଖଳିତ କରିବା ପାଇଁ ଆଜି ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବିଡ଼ିଓ ଦୂତିକୃଷ୍ଣ ପାତ୍ରଙ୍କ ପୌରୋହିତ୍ଯରେ ମାଟ୍ରିକ ପରୀକ୍ଷା ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ତହସିଲଦାର ତାପସ ରାଉତ, ବିଇଓ ଚିନ୍ମୟ ମହାପାତ୍ର ଓ ପିପୁଲ୍ସ ହାଇସ୍କୁଲ ନୋଡାଲ୍ ସେଣ୍ଟର ସୁପରଭାଇଜର କାଳୀ ଚରଣ ବେହେରା ମଞ୍ଚାସୀନ ରହିଥିବା ବେଳେ ଏଥିରେ ଏବିଇଓ ତପସ୍ବିନୀ ସାହୁଙ୍କ ସମେତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୦ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ୍ ଏବଂ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ । ଏ ଅବସରରେ ପରୀକ୍ଷା ପରିଚାଳନା ନିମନ୍ତେ ସରକାରୀ ନିର୍ଦ୍ଦେଶାବଳୀ ସମ୍ପର୍କେ ବ୍ଯାପକ ଆଲୋଚନା କରାଯାଇଥିଲା । ଏଥି ସହ ପରୀକ୍ଷା କେନ୍ଦ୍ର ଗୁଡିକରେ ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ରଶ୍ନପତ୍ର ପ୍ରଦାନ ଏବଂ ଉତ୍ତର ଖାତା ଗ୍ରହଣ ପାଇଁ ଗଠିତ ଦୁଇଟି ଟିମକୁ ସହଯୋଗ କରିବାକୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟମାନେ ଯତ୍ନବାନ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ କେନ୍ଦ୍ରର ପରୀକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳର ସୁନିଶ୍ଚିତ କରିବା ସହ ପରୀକ୍ଷା କାଳରେ ଯେକୌଣସି ବିଶୃଙ୍ଖଳା ପ୍ରତି ସତର୍କତା ଅବଲମ୍ବନ ଏବଂ ପଦକ୍ଷେପ ଗ୍ରହଣ ଦିଗରେ କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍ ଓ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ସମ୍ପର୍କରେ ଆଲୋଚନା କରାଯାଇଥିଲା।
Article Image
1