ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ସତ୍ୟସାଇ ସେବା ସଂଗଠନର ବାର୍ଷିକ ଉତ୍ସବ l

ଏରସମା, 06/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
:୩/୮ଏରସମା ବ୍ଲକ୍ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ରେ ଶ୍ରୀ ସତ୍ୟସାଇ ଙ୍କ ବାର୍ଷିକ ଉତ୍ସବ ଶ୍ରୀମତୀ ପ୍ରତିମା ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି। ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଓଁ କାର, ବେଦ ପାଠ , ଭଜନ ଓ ଆଳତି ପରେ ମୁଖ୍ୟ ଅତିଥି ଦାମୋଦର ସ୍ୱାଇଁ ଜଗତସିଂହପୁର ଜିଲ୍ଲାସଭାପତି ଯୋଗଦେଇ ସାଇ ମହିମା ଓ ଉପଦେଶ ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ବକ୍ତା ପୁରୀ ଜିଲ୍ଲା ସଭାପତି ଦାଶରଥି ପୃଷ୍ଟି କହିଲେ ସାଇଙ୍କ ସଦେଶ ଓ ଭକ୍ତି ମାର୍ଗକୁ ମାନବ ନିଜର ଜୀବନରେ ପ୍ରତିପାଦିତ କଲେ। ମାନବ ଜୀବନ ସୁଖମୟ ହେବବୋଲି କହିଥିଲେ।ଅନ୍ୟ ଅଥିତି ମାନଙ୍କ ମଧ୍ଯରେ ତୁଷାର କୁମାର ଲେଙ୍କା,ଗଗନ ବିହାରୀ ଦାସ, ମନୋଜ ମଲ୍ଲିକ, ଦୁଯ୍ୟଧନ ପାତ୍ର, ବାବଜୀ ଚରଣ ପୁଷ୍ଟି,ବିଦୁର ତ୍ରିପାଠୀ, ସରପଞ୍ଚ ସଚିତା ନନ୍ଦ ଦାସ, ଯୁବ ସାଇ କର୍ମୀ ମାନେ ଯୋଗଦେଇ ଥିଲେ। ଅନୁଷ୍ଠାନର କମିଟିର ସଦସ୍ୟ ବୃନ୍ଦ ଅଭିଲlଷ ସୌଦାଗର, ଗୋବିନ୍ଦ ଚନ୍ଦ୍ର ସେଠି, ଜ୍ୟୋତି ରଞ୍ଜନ ଦାସ, ପ୍ରଭୁ ପ୍ରସାଦ ସ୍ୱାଇଁ, ଅଂଶୁମାନ ସ୍ୱାଇଁ, ଓ ଏରସମା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସାଗରୀକା ଭୋଳ ରାଜ୍ୟ ସ୍ତରୀୟ ପ୍ରବନ୍ଦ ପ୍ରତିଯୋଗୀ ଭାବେ ଭାଗ ନେଇଥିବାରୁ ମୁଖ୍ୟଅଥିତି ସଂମ୍ମାନିତ କରିଥିଲେ।ପରିବେଷିତ ସାଇ ସନ୍ଦେଶ ଗୀତ ନୃତ୍ୟ ଆଦି ଦର୍ଶକ ମାନଙ୍କୁ ଯଥେଷ୍ଟ ଆନନ୍ଦିତ କରିଥିଲ।ଅନ୍ୟ ସହକର୍ମୀ,ଅଭିବାଭକ, ସ୍ଥାନୀୟ ଅଂଚଳର ସାଇ ଭକ୍ତ ଓ ସର୍ବ ସାଧାରଣ ପ୍ରସଂଶା କରିଥିଲେ।
4