ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିପଦର ସ୍ନାତକ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଉଦଯାପିତ

ବୁଗୁଡ଼ା, 06/08/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଉଦଯାପିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ପୌରାହିତ୍ୟ କରିଥିବାବେଳେ ବୁଗୁଡ଼ା ଥାନା ଅଧିକାରୀଙ୍କ ପ୍ରତିନିଧି ଭାବେ ଶ୍ରୀଯୁକ୍ତ ଅଜୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଯୁକ୍ତଦୁଇ ଅଧକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ଦାସ ମୁଖ୍ୟ ବକ୍ତା ଭାବେ, ଯୁକ୍ତଦୁଇ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସୁଜାତା କୁମାରୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ଶକ୍ତିଶ୍ରୀ କର୍ମଶାଳା ଦ୍ଵାରା ଲୁକାୟିତ ପ୍ରତିଭାର ବିକାଶ ସହ ଆତ୍ମିକ ସାହସ ସୃଷ୍ଟି ହେଇପାରିବ। ଏତଦବ୍ୟତୀତ କର୍ମଶାଳାର ଉଦଯାପନୀ ଦିବସରେ ବରିଷ୍ଟ ଅଧ୍ୟାପକ ଶ୍ରୀ ଆମୟ କୁମାର ସ୍ୱାଇଁ,ଡ଼କ୍ଟର ଏ ଜିତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ,ସଲୀଳା ନାୟକ, ପ୍ରମିଳା ବେହେରା, ଏ ଶିବାନୀ ଦେବି ଆଚାରୀ, ଉମା ଶଙ୍କର ଗୌଡ଼, କୃଷ୍ଣଚନ୍ଦ୍ର ନାହାକ ପ୍ରମୁଖ ଯୋଗଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ ମିନତୀ ଆଚାରୀ କର୍ମଶାଳାକୁ ସୁଚାରୁରୂପେ ପରିଚାଳନା କରିଥିଲେ।ପରିଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼କ୍ଟର ଏ ଜିତେଶ ରାଓ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Article Image
7