ଏରସମା, 06/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ୍ ଅନ୍ତର୍ଗତ ନୁହାଡ଼ି ପଞ୍ଚାୟତର ପ୍ରସିଦ୍ଧ ଦଶିପୁର ଗ୍ରାମରେ ଚଳିତ ବର୍ଷର ଗଣେଶ ଚତୁର୍ଥୀ ଉତ୍ସବକୁ ଅତ୍ୟନ୍ତ ଆଡ଼ମ୍ବର, ଶାନ୍ତିଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରିବା ପାଇଁ ଗ୍ରାମାଞ୍ଚଳରେ ଚାଲିଛି ଜୋରଦାର ପ୍ରସ୍ତୁତି। "ମା' ଲକ୍ଷ୍ମୀ ଚାଞ୍ଚଖାଇ ଯୁବ ପରିଷଦ" ଆନୁକୂଲ୍ୟରେ ଚତୁର୍ଥ ବାର୍ଷିକ ଶ୍ରୀ ଗଣେଶ ପୂଜା ନିମନ୍ତେ ଏକ ସାଧାରଣ ପ୍ରସ୍ତୁତି ବୈଠକ ଅତ୍ୟନ୍ତ ଉତ୍ସାହଜନକ ପରିବେଶ ମଧ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଗଣପତି ବାପ୍ପାଙ୍କ ଆରାଧନାକୁ ଆହୁରି ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା। ବିଶେଷ କରି ମନୋରମ ପୂଜା ମଣ୍ଡପ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଏବଂ ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳା ସମ୍ପର୍କରେ ସମସ୍ତ କର୍ମକର୍ତ୍ତା ଓ ଯୁବକମାନେ ନିଜ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ।
ଅନୁଷ୍ଠାନର ସଭାପତି ଧର୍ମେନ୍ଦ୍ର ବସନ୍ତିଆ, ଉପସଭାପତି ମନୋଜ କୁମାର ସ୍ୱାଇଁ, ସମ୍ପାଦକ ତୁଷାର ମହାପାତ୍ର, ସହ-ସମ୍ପାଦକ ଜଟାଧାରୀ ବସନ୍ତିଆ, ଏବଂ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ।
ଏହା ସହିତ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଚିକୁ ନାୟକ, ଗୁଡ଼ୁ ନାୟକ, ବାସୁଦେବ ମହାପାତ୍ର, ଜୀବନ ସ୍ୱାଇଁ, ସମୀର ସ୍ୱାଇଁ, ବାବୁନ ବସନ୍ତିଆ, ସତ୍ୟଜିତ ସ୍ୱାଇଁ, ଋଷି ସ୍ୱାଇଁ, ଗଣେଶ ସ୍ୱାଇଁ, ଡେକୋରେସନ ଅଶୋକ, ସାଗର, ନିହାର, ମୁନା, ରାଜା, ଅନିଲ, ପପୁ, କୁନି, କାହ୍ନ, ଠୁକୁ, ଆଲୋକ, ରୋହନ, ଟୁନା, ରାହୁଲ, ପିଂକନ, ବାବୁ, ରାଜେଶ, ବଳିଆ, କୁନା, ଧନ, ଜନ, ମିକୁ, ବାବୁଆ, ସନିଆ, ବେଣୁ, ଜିତୁ ପ୍ରମୁଖ ବହୁସଂଖ୍ୟକ ଯୁବକ ଉପସ୍ଥିତ ରହି ପୂଜାକୁ ସର୍ବାଙ୍ଗସୁନ୍ଦର ଓ ଅଭୁଲା କରିବା ପାଇଁ ଦୃଢ଼ ସଙ୍କଳ୍ପ ନେଇଥିଲେ। ଗ୍ରାମବାସୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ ଶେଷରେ ସମସ୍ତଙ୍କ ସହଯୋଗ କାମନା କରାଯାଇ ବୈଠକ ସାଙ୍ଗ ହୋଇଥିଲା।