ରାହାମା, 06/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) ତା - ୦୫/୦ :

ବିଭିନ୍ନ ଦାବି ନେଇ ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି କୁଜଙ୍ଗ ଶାଖା ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରସାଦ ସ୍ୱାଇଁ ଙ୍କୁ ପ୍ରଦାନ କରାଯାଇଛି। ସମାନ କାମକୁ ସମାନ ଦରମା, ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ କର୍ମଚାରୀ ପଦବି ପୂରଣ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ଅବସର ପରେ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଥିଲା | ଦାବିପ ପତ୍ର ପ୍ରଦାନ ବେଳେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରସାଦ ସ୍ୱାଇଁ ଉପସ୍ଥିତ ଥିଲେ।ଓଷ୍ଟାର ବ୍ଲକ ସମ୍ପାଦକ ବିନୋଦ ବିହାରୀ ମୁଦୁଲି, ଓଷ୍ଟାର ରାଜ୍ୟ କାରିଣୀ ସଦସ୍ୟ ସୁବାସ ଚନ୍ଦ୍ର ଦାସ,ଓଷ୍ଟାର କୁଜଙ୍ଗ ବ୍ଲକ ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ,ଯୁଗ୍ମ ସମ୍ପାଦକ ଦୀପକ କୁମାର ସାମନ୍ତରାୟ, ସଭ୍ୟ ରଶ୍ମି ରଞ୍ଜନ ଦାସ,ରମେଶ ଚନ୍ଦ୍ର ପ୍ରଧାନ,ନିର୍ମଳ କୁମାର ସ୍ୱାଇଁ,ରମେଶ କୁମାର ପାଣି,ଦିଲ୍ଲୀପ କୁମାର ପାତ୍ର,ସ୍ମୃତିରଞ୍ଜନ ରଣା ଙ୍କ ସହିତ ଏଥିରେ ବ୍ଲକର ବହୁ ବହୁ ଗ୍ରାଣ୍ଟ-ଇନ୍-ଏଡ୍ -ଏଡ୍ ଶିକ୍ଷକ କ ଓ କର୍ମଚାରୀ ସାମିଲ ହୋଇଥିଲେ