ଏରସମା, 19/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତର ଯୋଗୀସାହି ନିକଟରୁ ଏକ ଆହତ ହରିଣ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।ବୁଧବାର ଦିନ ଅପରାନ୍ନରେ ଯୋଗୀସାହି ନିକଟ ପୋଖରୀ ହୁଡ଼ାରେ ଏକ ମାଇ ହରିଣକୁ କୁକୁର ମାନେ କାମୁଡି କ୍ଷତ ବିକ୍ଷତ କରୁଥିବା ବେଳେ ସ୍ଥାନୀୟ ଢ଼ିଙ୍କିଆ ଗ୍ରାମବାସୀ ଆହତ ହରିଣକୁ କୁକୁର ମୁହଁରୁ ଉଦ୍ଧାର କରି ମା ଫୁଲଖାଇ ନିକଟକୁ ଆଣିଥିଲେ । ବନ ବିଭାଗକୁ ଗ୍ରାମବାସୀଙ୍କ ପକ୍ଷରୁ ଖବର ଦେବା ପରେ ନୂଆଗାଁ ସେକ୍ସନ୍ ବନପାଳ ପଦ୍ମନାଭ ରାଉତ, ଜଟାଧାର ତଣ୍ଡାର ବନପାଳ ରାଜେଶ ପଟ୍ଟନାୟକ ଓ ବନପାଳ ପ୍ରଦୀପ କୁମାର ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣକୁ ନେଇ ବାଲିତୁଠ ବିଟ୍ ହାଉସରେ ରଖିବା ସହ ପାଣି ଚିକିତ୍ସଙ୍କୁ ଡକାଇ ଚିକିତ୍ସା କରୁଛନ୍ତି। ଆହତ ହରିଣଟିକୁ ପ୍ରଥମେ ଚିକିତ୍ସା କରାଯାଇ ସୁରକ୍ଷିତ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନପାଳ ପଦ୍ମନାଭ ରାଉତ ସୂଚନା ଦେଇଛନ୍ତି।