ଜଗତସିଂହପୁର, 06/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରୀତା ସାହୁ ) :
ଜଗତସିଂହପୁର ଜିଲାର ତାରପୁର ମଣ୍ଡିରେ ଧାନ ବିକ୍ରି କରି ଟଙ୍କା ନ ମିଳିବା ଓ ଟଙ୍କା ମାଗିବାରୁ ଜିଲା ଯୋଗାଣ ଅଧିକାରୀ ଚାଷୀଙ୍କ ନାଁରେ ମିଥ୍ୟା ମକଦମା ଦେଇଥିବାର ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସଦର ଥାନା ଛକ ନିକଟରେ ଚାଷୀ ମାନେ ରାସ୍ତା କଡ଼ରେ ଶୋଇରହି ଗଣ ଧାରଣାରେ ବସିଛନ୍ତି । ପିତାମ୍ବର ପୁର ଗାଁର ଅନ୍ୟାନ ମହାନ୍ତି ଗତ ମେ ମାସରେ ତାରପୁର ସ୍ଥିତ ଶିବ ଶକ୍ତି ଏସ ଏଚ ଜି ମଣ୍ଡି ମାଧ୍ୟମରେ 42 କୁଇଁଣ୍ଟାଲ ଧାନ ମିଲର ଙ୍କୁ ବିକ୍ରି କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ପ୍ରାପ୍ୟ ଟଙ୍କା ମିଳିପାରୁ ନଥିବାରୁ ସେ ଏବାବଦରେ ଜିଲାପାଳ ଙ୍କ ଜନ ଶୁଣାଣି ଶିବିରରେ ଜଣାଇବା ସହ ଜିଲା ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଜଣାଇବାକୁ ଯାଇଥିବା ବେଳେ ସମ୍ପୃକ୍ତ ଅଧିକାରୀ ଓଲଟା ତାଙ୍କ ନା ରେ ମିଥ୍ୟା ମକଦମା କରିଥିବାର ସେ ଅଭିଯୋଗ କରିଛନ୍ତି । ଏ ବାବଦରେ ଜିଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ତାଙ୍କୁ ଠେଲା ପେଲା କରାଯାଇ ଥିବାର ସେ ଅଭିଯୋଗ କରିବା ସହ ସେ ଚାଷୀ କେଉଁଠି ଧାନ ଦେଲେ ତାହା ଆମକୁ ଜଣାନାହିଁ ବୋଲି କହିଛନ୍ତି ।