ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଜି,୬ଅଗଷ୍ଟ ୨୦୨୬ ତାରିଖରେ ବିଶ୍ୱ ହିନ୍ଦୁ ପରିଷଦ ସାମ୍ବାଦିକ ସମ୍ମିଳନୀ।

କନ୍ଧମାଳ, 06/08/2026, ଉତ୍କଳ voice news - utkalvoicenews.comଆଜି, ୬ଅଗଷ୍ଟ ୨୦୨୬ ତାରିଖରେ ବିଶ୍ୱ ହିନ୍ଦୁ ପରିଷଦ, ଓଡ଼ିଶା (ପୂର୍ବ) ପକ୍ଷରୁ ଅଶୋକ ନଗରସ୍ଥିତ ହୋଟେଲ ଆଡଭେଞ୍ଚରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।
Article Image
ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସହ-ସମ୍ପାଦକ ଶ୍ରୀ ଉମାଶଙ୍କର ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ, କନ୍ଧମାଳ ମେଡିକାଲ କଲେଜକୁ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।ଏଥିସହ ସେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳର ଦୁର୍ଗମ ଅଞ୍ଚଳରେ ନିଜର ସମଗ୍ର ଜୀବନ ଓ ଯୌବନକୁ ସମର୍ପଣ କରି ସେଠାକାର ବନବାସୀ ଓ ଜନଜାତି ସମାଜର ପିଲାମାନଙ୍କୁ ଶିକ୍ଷା, ସ୍ୱାବଲମ୍ବନ, ସ୍ୱଚ୍ଛତା ଏବଂ ସଂସ୍କାରର ପଥରେ ଅଗ୍ରସର କରାଇବା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ। କନ୍ଧମାଳ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରାଯିବା, ତାଙ୍କ ଅବଦାନ ପ୍ରତି ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିସହ ସେ କହିଥିଲେ ଯେ, ଯେଉଁ ବିରୋଧୀ ତତ୍ତ୍ୱ ଓ ମିଶନାରୀ ଗୋଷ୍ଠୀମାନେ ପୂର୍ବରୁ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ, ସେମାନେ ଆଜି ପୁଣି ସକ୍ରିୟ ହୋଇ ତାଙ୍କ ନାମରେ ନାମିତ ହେଉଥିବା କନ୍ଧମାଳ ମେଡିକାଲ କଲେଜକୁ ବିରୋଧ କରୁଛନ୍ତି। ଏପରି ବିରୋଧ ସମାଜରେ ବିଦ୍ୱେଷ ସୃଷ୍ଟି କରିବା ସହ ସାମାଜିକ ସମରସତାକୁ ବାଧାପ୍ରାପ୍ତ କରୁଛି ବୋଲି ମଧ୍ୟ ସେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ଯେ, ଆଜି ଯେଉଁ ଗୋଷ୍ଠୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର କନ୍ଧମାଳ ସହ ସମ୍ପର୍କ ଓ ତାଙ୍କ ଅବଦାନକୁ ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ପରିଷଦ ପାଲଟା ପ୍ରଶ୍ନ କରୁଛି। ପରିଷଦର ମତାନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନ, ଅନୁଷ୍ଠାନ ଓ ସାର୍ବଜନୀନ ସମ୍ପତ୍ତି ବିଭିନ୍ନ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ ହୋଇଥିବା ବେଳେ ସେଥିପ୍ରତି ଏଭଳି ଆପତ୍ତି ଦେଖାଯାଇନଥିଲା। ତେବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ କନ୍ଧମାଳ ମେଡିକାଲ କଲେଜର ନାମକରଣକୁ ନେଇ କାହିଁକି ବିରୋଧ କରାଯାଉଛି ବୋଲି ପରିଷଦ ପ୍ରଶ୍ନ ଉଠାଇଛି। ପରିଷଦ ଆହୁରି କହିଛି ଯେ, ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳରେ ଦୀର୍ଘଦିନ ଧରି ସାମାଜିକ ସମରସତା, ଶିକ୍ଷା, ସଂସ୍କାର, ସ୍ୱାବଲମ୍ବନ ଓ ଅସ୍ପୃଶ୍ୟତା ଦୂରୀକରଣ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ସେ ବନବାସୀ ଓ ଜନଜାତି ସମାଜର ଉନ୍ନତି ସହିତ ବେଦ ଓ ସଂସ୍କୃତ ଶିକ୍ଷାର ପ୍ରସାର ପାଇଁ ମଧ୍ୟ ନିଜ ଜୀବନକୁ ସମର୍ପିତ କରିଥିଲେ। ଏପରି ଜଣେ ସମାଜ ସୁଧାରକଙ୍କ ଅବଦାନ ଉପରେ ପ୍ରଶ୍ନ ଉଠାଉଥିବା ବ୍ୟକ୍ତି ଓ ସଙ୍ଗଠନମାନଙ୍କର ଉଦ୍ଦେଶ୍ୟ କ’ଣ ବୋଲି ପରିଷଦ ପ୍ରଶ୍ନ କରିଛି। ଏଥିସହ ପରିଷଦ କହିଛି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ସମ୍ବନ୍ଧୀୟ ଘଟଣାକୁ ନେଇ ଯେଉଁମାନେ ସେତେବେଳେ ବିବାଦରେ ଥିଲେ ଏବଂ ଆଜି ମଧ୍ୟ ତାଙ୍କ ନାମକୁ ବିରୋଧ କରୁଛନ୍ତି, ସେମାନଙ୍କ ଭୂମିକାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଛି।ସେହିପରି ବିଶ୍ୱ ହିନ୍ଦୁ ପରିଷଦ, ଓଡ଼ିଶା (ପୂର୍ବ)ର ରାଜ୍ୟ ସଭାପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର ନିଜ ବକ୍ତବ୍ୟରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅବଦାନକୁ ସ୍ମରଣ କରି କହିଥିଲେ ଯେ, ଯେଉଁ ଶକ୍ତିମାନେ ସେତେବେଳେ ତାଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ, ସେହି ଚିନ୍ତାଧାରାର ଲୋକମାନେ ଆଜି ମଧ୍ୟ ପ୍ରରୋଚନା ସୃଷ୍ଟି କରି ସମାଜରେ ମତଭେଦ ଓ ଅଶାନ୍ତି ବ୍ୟାପ୍ତ କରିବାର ଚେଷ୍ଟା କରୁଛନ୍ତି । ବିଶେଷକରି କନ୍ଧମାଳ ପରି ସମ୍ବେଦନଶୀଳ ଅଞ୍ଚଳରେ ଏପରି ପରିସ୍ଥିତି ସୃଷ୍ଟି କରିବାର ପ୍ରୟାସକୁ ସେ କଡ଼ା ଶବ୍ଦରେ ନିନ୍ଦା କରିଥିଲେ ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ, ଓଡ଼ିଶା (ପୂର୍ବ)ର ପ୍ରାନ୍ତ ପ୍ରଚାର-ପ୍ରସାର ପ୍ରମୁଖ ଶ୍ରୀ ସୁଜିତ କୁମାର ନାୟକ ଏବଂ ସହ-ପ୍ରାନ୍ତ ପ୍ରଚାର-ପ୍ରସାର ପ୍ରମୁଖ ଶ୍ରୀ ଅର୍ଦ୍ଧେନ୍ଦୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
5