ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

"ବୁଗୁଡ଼ା ପୋଲିସର ଚଢ଼ାଉ, ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ"

ବୁଗୁଡ଼ା, 06/08/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) :
Article Image
ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଗୁପ୍ତ ସୂଚନା ଆଧାରରେ ପୋଲିସ ଚଢ଼ାଉ କରି ଏକ ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ଅସ୍ତ୍ର ତିଆରି ସାମଗ୍ରୀ, ଦୁଇଟି ଦେଶୀ ବନ୍ଧୁକ,ଅର୍ଦ୍ଧନିର୍ମିତ ବନ୍ଧୁକ ଏବଂ ବିଭିନ୍ନ ଯନ୍ତ୍ରପାତି ଜବତ ହୋଇଥିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫକରିଛି !ଗିରଫ ଦୁଇଜଣ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ପି ଜଡ଼ାପଲି ଗ୍ରାମର ସୁବାସ ଗମାଙ୍ଗ ଓ ବିଦୁ ଦଳବେହେରା,ଏ ନେଇ ବୁଗୁଡ଼ା ଥାନାରେ ୩୮୧/୨୬ ରେ ଏକ ବେଆଇନ ଅସ୍ତ୍ରଶସ୍ତ୍ର ମାମଲା ରୁଜୁ ସହ ଏହି ଘଟଣା ପଛରେ ଆଉ କିଏ କିଏ ଜଡ଼ିତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼ଃ ଦୀପକ କୁମାର ମିଶ୍ର । ବୁଗୁଡ଼ା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ଏହା ପୋଲିସର ଏକ ବଡ଼ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Article Image
Article Image
7