ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱାଧୀନତା ଅଶୀ ବର୍ଷ ପୂର୍ତ୍ତିରେ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା

ତିର୍ତ୍ତୋଲ, 07/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସ୍ୱାଧୀନତା ଅଶୀତମ ପୂର୍ତ୍ତିରେ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା ଜୟକୃଷ୍ଣ ଉଚ୍ଚ ବିଦ୍ୟାପୀଠ, ଇବ୍ରିସିଂଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୂରଲୀଧର ରାଉତଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଶିକ୍ଷକ ସତ୍ୟଭୂଷଣ ତରାଇଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ହୋଇଥିବାବେଳେ ବିଚାରକ ଭାବରେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଶିକ୍ଷାବିତ ଡ଼ଃ ବସନ୍ତ ମଞ୍ଜରୀ ଦାସ, ସି ଆର ସିସି ସ୍ମୃତିରଞ୍ଜନ ନାୟକ, ସମ୍ବାଦ ପ୍ରତିନିଧି ତୃପ୍ତି ରଞ୍ଜନ ମହାନ୍ତି ଯୋଗଦାନ କରିଥିଲେ l ସତଗୋଟି ବିଦ୍ୟାଳୟରୁ ପ୍ରାୟ ଚାଳିଶ ଜଣ ପ୍ରତିଯୋଗୀ ବକ୍ତୃତା, କୁଇଜ, ସଙ୍ଗୀତ ବିଭାଗରେ ବରିଷ୍ଠ, କନିଷ୍ଠ ଭାବରେ ଯୋଗଦେଇଥିବାବେଳେ ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ନାମ ପ୍ରେରଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହ ଶିକ୍ଷକ ପ୍ରଭାତ କୁମାର ମଲ୍ଲିକ, ଟୁକୁନି ପଢିହାରୀ ଶିକ୍ଷିକା ମିନାଶ୍ରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
3