ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଣ୍ଡୁଆ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କର ତିରୋଧାନ ଦିବସ ପାଳିତ

ରାହାମା / ପଣ୍ଡୁଆ, 07/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ଉତ୍କଳ ଗ୍ରାମ ସ୍ବରାଜ୍ୟ ଓ ସରକାରୀ ଉଚ୍ଚବିଦ୍ୟାଳୟ ପଣ୍ଡୁଆ ମିଳିତ ଆନୁକୁଲ୍ୟରେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କର ପଞ୍ଚାଅଶୀତମ ତିରୋଧାନ ଦିବସରେ ଉଚ୍ଚବିଦ୍ୟାଳୟ ପରିସରରେ ଉତ୍କଳ ଗ୍ରାମ ସ୍ବରାଜ୍ୟର ସଭାପତି
Article Image
କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ଲେଙ୍କାଙ୍କ ସଭାପତିତ୍ବରେ ସ୍ମୃତିସଭାକୁ ଶିକ୍ଷାବିତ ତଥା ନବକାକଳୀର ସମ୍ପାଦକ ଡକ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ ଉଦଘାଟନକରିଥିଲେ।ସମସ୍ତ ଅତିଥିମାନଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।ଏହି ମହାନ ଶ୍ରାଦ୍ଧ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ମୁଦୁଲି,ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ଚୈତନ୍ୟ କୁମାର ରାଉତ,ସମ୍ମାନିତ ବକ୍ତା ଦ୍ବିତୀୟ ଭଞ୍ଜ ଗୋଲକ ପ୍ରଧାନ ସାହିତ୍ୟ ସଂସ୍କୃତି ସଂସଦର ସଂପାଦକ ଗୌତମ ଚରଣ ଜେନା,ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଶାସକ ତଥା ସାହିତ୍ୟିକ ଡକ୍ଟର ବସନ୍ତ କୁମାର ମହାପାତ୍ର, ସମ୍ମାନିତ ଅତିଥି ପ୍ରାକ୍ତନ ଆରକ୍ଷୀ ଅଧୀକ୍ଷକ ତଥା ଉତ୍କଳ ସାହିତ୍ଯ ସମାଜର କାର୍ଯ୍ଯନିର୍ବାହୀ ସଦସ୍ଯ କବି ରାଜକିଶୋର ସ୍ବାଇଁ,ଶିକ୍ଷାବିତ ତଥା ଉତ୍କଳ ସାହିତ୍ଯ ସମାଜର କାର୍ଯ୍ଯନିର୍ବାହୀ ସଦସ୍ଯା ବୈଜୟନ୍ତୀବାଳା ଶତପଥୀ,ଅଧ୍ଯାପିକା ଡକ୍ଟର ମୀରା ବେଉରା,ସୁଶ୍ରୀ ଶୁଭଶ୍ରୀ ସାହିତ୍ଯ ସଂସଦର ସମ୍ପାଦିକା ଡକ୍ଟର ବସନ୍ତ ମଞ୍ଜରୀ ଦାସ, ଶିକ୍ଷାବିତ ଭାଗ୍ୟଧର ସ୍ବାଇଁ,ଆକାଶବାଣୀର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ତପନ କୁମାର ଦତ୍ତ,ଲୋକଶିକ୍ଷକ ଡକ୍ଟର ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ଯ, ଡକ୍ଟର ଅରୁଣ କୁମାର ପାଣି,ଡକ୍ଟର ଆରତୀ ମହାପାତ୍ର, ଡକ୍ଟର ମନୋରମା ଦାଶ,ଶିକ୍ଷାବିତ ମାଧୁରୀ ମହାନ୍ତି,ଶିକ୍ଷାବିତ ଡକ୍ଟର ସଫଳା ଦାସ, ସୁଶ୍ରୀ ଅର୍ପିତା ଦାସ ପ୍ରମୁଖ ବିଶ୍ବକବିଙ୍କର ବିଭିନ୍ନ କୃତିତ୍ବର ସ୍ମୃତିଚାରଣ କରିବା ସହିତ ଭଲ ମଣିଷ ହେବାକୁ ବୁଝାଇଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତତ୍ତ୍ବାବଧାନରେ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ସ୍ମୃତିସଭାଟି ସାଫଲ୍ଯମଣ୍ଡିତ ହୋଇଥିଲା।ଅତିଥିମାନଙ୍କ ଦ୍ବାରା ବିଦ୍ୟାଳୟର ପରିସରରେ ବୃକ୍ଷରୋପଣ କରାଯାଇଥିଲା।ଶିକ୍ଷୟିତ୍ରୀ ସରୋଜିନୀ ଦାସ ସମସ୍ତ ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
4