ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତରିକୁନ୍ଦ ଠାରେ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ

ରଘୁନାଥପୁର / ତରିକୁନ୍ଦ ପଂଚାୟତ, 08/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ପଂଚାୟତ ରେ ବରିଷ୍ଠ ନାଗରିକ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଭାପତି କେଳୁଚରଣ ଦାସଙ୍କ ସଭାପତିତ୍ୱ ଆୟୋଜିତ ବୈଠକ ନାଗରିକ ମଞ୍ଚ ର ସମସ୍ତ ସଭ୍ୟ ମାନେ ଯୋଗ ଦେଇ ବରିଷ୍ଠ ନାଗରିକ ମଞ୍ଚ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ବରିଷ୍ଠ ନାଗରିକ ମଞ୍ଚ ପ୍ରତିବର୍ଷ ବୃକ୍ଷ ରୋପଣ, ଚକ୍ଷୁ ଶିବିର, health camp, ଭଳି ଅନେକ କାର୍ଯ୍ୟକ୍ରମ କରି ଆସୁଛନ୍ତି । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବରିଷ୍ଠ ନାଗରିକ ମଞ୍ଚ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଇଛି । ତେଣୁ ସମସ୍ତ ସଭ୍ୟ ମାନଙ୍କ ସହଯୋଗ କାମନା କରିଥିଲେ ସଭାପତି । ଏହି କାର୍ଯ୍ୟକ୍ରମ ରେ ସଭାପତି କେଳୁଚରଣ ଦାସ, ସମ୍ପାଦକ ଗଣେଶ୍ୱର ସାହୁ, ଜଟାଧାରୀ ଓଝା, ଗଙ୍ଗାଧର ସାହୁ, ରବିନ୍ଦ୍ର ନାଥ ବେହେରା, ନୀଳମାଧଵ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Article Image
7