ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମାର ହୋଟେଲ କୁଇନ୍‌ରେ ତିର୍ତୋଲ ପୋଲିସର ଚଢ଼ାଉ,୨ ମହିଳାଙ୍କ ସମେତ ୫ ଗିରଫ

ତିର୍ତ୍ତୋଲ, 08/08/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ସୋନାଲି ପଣ୍ଡା ଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ଥାନା ଅଧୀନ ରାହାମା ବଜାରରେ ଥିବା ଏକ ହୋଟେଲରେ ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗକୁ ନେଇ ପୋଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଦୁଇ ମହିଳା, ଦୁଇ ଜଣ ପୁରୁଷ ଗ୍ରାହକ ଏବଂ ହୋଟେଲ ମାଲିକଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ପୋଲିସ ଗିରଫ କରିଛି।ସୂଚନା ଅନୁସାରେ, ରାହାମା ବଜାରସ୍ଥିତ ହୋଟେଲ କୁଇନ୍‌ରେ ଦୀର୍ଘଦିନ ଧରି ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ଅଭିଯୋଗ ରହିଥିଲା।ଏନେଇ ପୂର୍ବରୁ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ତେବେ ଆଜି ବିଶେଷ ସୂତ୍ରରୁ ସୂଚନା ପାଇ ତିର୍ତ୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ ହୋଟେଲରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ହୋଟେଲର ଦୁଇଟି କୋଠରୀରୁ ଦୁଇ ମହିଳାଙ୍କ ସହ ଦୁଇ ଜଣ ପୁରୁଷଙ୍କୁ ପୋଲିସ ଧରିଥିଲା। ଏହାସହ ହୋଟେଲ ମାଲିକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ତିର୍ତ୍ତୋଲ ଥାନା ପକ୍ଷରୁ ସୂଚନା ମିଳିଛି।ଗିରଫ ହୋଇଥିବା ଦୁଇ ମହିଳା ଓ ଅନ୍ୟ ଦୁଇ ଜଣଙ୍କ ପରିଚୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। ଘଟଣାର ତଦନ୍ତ ଜାରି ରହିଥିବାରୁ ସେମାନଙ୍କ ପରିଚୟ ଗୋପନ ରଖାଯାଇଥିବା ଜଣାପଡ଼ିଛି।ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ତିର୍ତ୍ତୋଲ ଥାନା ପକ୍ଷରୁ କୁହାଯାଇଛି।ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।
9