ଏରସମା, 08/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ବାଲିକୁଦା ବ୍ଲକ ତିତିରା ପଞ୍ଚାୟତର ସୁମଡା, ବଳଭଦ୍ରପୁର ଗ୍ରାମର ଯାଜ୍ଞିକ ପୁରୋହିତ ନିରଞ୍ଜନ ପଣ୍ଡା (୮୬) ରେ ପରଲୋକ ହୋଇଯାଇଛି । ସେ ଜଣେ ସରଳ, ପରୋପକାରୀ, ଧର୍ମପରାୟଣ, ମିଷ୍ଟଭାଷୀ ବ୍ୟକ୍ତି ଭାବରେ ସମଗ୍ର ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାରବର୍ଗ, ଆତ୍ମୀୟସ୍ୱଜନ, ଜ୍ଞାତି କୁଟୁମ୍ବ ମାନେ ଉପସ୍ଥିତ ରହିଥିଲେ । ତାଙ୍କ ପାର୍ଥିବ ମରଶରୀରକୁ ଶୋଭାଯାତ୍ରାରେ ନେଇ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଜ୍ୟେଷ୍ଠପୁତ୍ର ନୃସିଂହ ଚରଣ ପଣ୍ଡା ମୁଖାଗ୍ନି ଦେଇଥିବା ବେଳେ, ତାଙ୍କର ଦୁଇ ନାତି ନିହାର ରଞ୍ଜନ ପଣ୍ଡା ଓ ନୀତିଶ ରଞ୍ଜନ ପଣ୍ଡାଙ୍କ ସହିତ ଆତ୍ମୀୟସ୍ୱଜନ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ବାଲିକୁଦା ଏରସମା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ସଞ୍ଜୟ ମହାନ୍ତି, ଜିଲାପରିଷଦ ସଭ୍ୟା ରୁନିଲତା ବେହେରା, ବରିଷ୍ଠ ଆଇନଜୀବୀ ଡ଼ ବୀର ନାରାୟଣ ପାତ୍ର ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।