ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଗତି ଦୁଗ୍ଧ ସଂସ୍ଥା ତରଫରୁ ସୁମଡ଼ା, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବ୍ୟାଗ୍ ବଣ୍ଟନ

ଏରସମା, 08/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକ ତିତିରା ପଞ୍ଚାୟତର ସୁମଡ଼ା ଗ୍ରାମରେ ପ୍ରଗତି ଦୁଗ୍ଧ ଉତ୍ପାଦକ କେନ୍ଦ୍ର, ଜଗତପୁର, କଟକ ସହଯୋଗରେ ପଞ୍ଚସଖା ଦୁଗ୍ଧ ସଂଗ୍ରହ କେନ୍ଦ୍ରର ସହଯୋଗରେ ସୁମଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ବ୍ୟାଗ୍ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଗତି ଦୁଗ୍ଧ ଉତ୍ପାଦକ କେନ୍ଦ୍ରର ସତ୍ୟଜିତ୍ ସୂତାର, ତୃପ୍ତି ରଞ୍ଜନ ସାହୁ, ଦୁଗ୍ଧ ସମବାୟ ସମ୍ପାଦକ ସାଗର ବିଶ୍ୱାଳ, ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ଷଢଙ୍ଗୀ, ଲକ୍ଷ୍ମୀପ୍ରିୟା ସାହୁ, ଗୌତମ ପରିଡ଼ା, ପଦ୍ମ ଚରଣ ସାହୁ, ଧର୍ମାନନ୍ଦ ସାହୁ, ରଞ୍ଜନ କୁମାର ସ୍ବାଇଁ, ସାଧୁ ଚରଣ ବାରିକ, ଧ୍ରୁବ ଚରଣ ବିଶ୍ୱାଳ, ସିବେନ୍ଦ୍ର ଚାନ୍ଦୁଆ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ବ୍ୟାଗ୍ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦୁଗ୍ଧ ଚାଷୀ ମାନେ ଉପସ୍ଥିତ ରହିଥିଲେ ।
12