ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଏରସମା, 09/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ପଲ୍ଲୀକଣ୍ଟା ଗ୍ରାମପଞ୍ଚାୟତ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଲ୍ଲୀକଣ୍ଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ହାଡ଼ିବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ଲେଙ୍କାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିଲେ। ସଭାରେ ପଲ୍ଲୀକଣ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଧ୍ୱଜରାଜ ଖଣ୍ଡୁଆଳ, ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ସଂଶୟ କୁମାର ସ୍ୱାଇଁ, ସମିତି ସଭ୍ୟାଙ୍କ ପ୍ରତିନିଧି ଶ୍ରୀ ପ୍ରସନ୍ନ କୁମାର କୁଅଁର, କମ୍ରେଡ୍ ନେତା ଶ୍ରୀ ଶଶି ଭୂଷଣ ସ୍ୱାଇଁ ଏବଂ ପୂର୍ବତନ ସରପଞ୍ଚ ଶ୍ରୀ ଧର୍ମାନନ୍ଦ ଖଣ୍ଡୁଆଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ଓ ଶ୍ରଦ୍ଧାଳୁମାନେ ସ୍ୱର୍ଗତ ଶେଖର ଜଗନ୍ନାଥ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଓଡ଼ିଶାର ପାଲା ଓ ସାଂସ୍କୃତିକ ଜଗତରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର କଳା, ସାଧନା ଓ ସାହିତ୍ୟ-ସଂସ୍କୃତି ପ୍ରତି ଅବଦାନ ଆଗାମୀ ପିଢ଼ି ପାଇଁ ସବୁବେଳେ ପ୍ରେରଣା ହୋଇ ରହିବ। ଶେଖର ଜଗନ୍ନାଥ ବେହେରାଙ୍କ ବିୟୋଗରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି, ତାହା କେବେ ପୂରଣ ହୋଇପାରିବ ନାହିଁ।
7