ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀକ୍ଷେତ୍ର ପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ

ଜଗତସିଂହପୁର, 10/08/2026, ଉତ୍କଳ voice news - utkalvoicenews.com( ରିପୋର୍ଟ: ନୃସିଂହ ମଲ୍ଲିକ,ଜିଲ୍ଲା ପ୍ରତିନିଧି,ଜଗତସିଂହପୁର। ) ଅଗଷ୍ଟ ୯ : ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଏକ ଅଭିନବ ଧାର୍ମିକ ପରମ୍ପରାକୁ ଲୋକାଭିମୁଖୀ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ସରୋଜ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
Article Image
ଶାସନପଦାସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନ୍ୟୁଜ୍ ସେଭେନ୍‌ର ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମହାନ୍ତି, ତ୍ରିଲୋଚନ ପୁଷ୍ପାଳକ, ପିତାମ୍ବର ରାଉତ ଓ ବିଶିଷ୍ଟ କବି ଅମିୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ନାୟକଙ୍କୁ ସମ୍ମାନିତ କରିଥିଲେ। ନିଆଳି ମାଧବଙ୍କଠାରୁ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ନିକଟକୁ ପୋଢୁଆଁ ଭାର ନେଇଯିବାର ଏହି ଅନନ୍ୟ ପରମ୍ପରାର ଚିନ୍ତାଧାରା ସରୋଜ ନାୟକଙ୍କ ମନରେ ପ୍ରଥମେ ଉଦ୍ଭବ ହୋଇଥିଲା। ତାଙ୍କ ନିରନ୍ତର ଉଦ୍ୟମ ଓ ଆହ୍ୱାନରେ ବିଭିନ୍ନ ଅଞ୍ଚଳର ଶ୍ରୀଜଗନ୍ନାଥପ୍ରେମୀ ଏକତ୍ରିତ ହୋଇ ଏହି ପବିତ୍ର ପରମ୍ପରାକୁ ଆଗକୁ ବଢ଼ାଇଥିଲେ। ଏହି ପୋଢୁଆଁ ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ନିଆଳି ମାଧବ ଓ ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ପର୍କର ଏକ ଅନନ୍ୟ ପ୍ରତୀକ ବୋଲି ମତ ପ୍ରକାଶ ପାଇଛି। ଏହି ପରମ୍ପରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଜୀବନ୍ତ ରଖିବାରେ ସରୋଜ ନାୟକଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଥିଲା। ଏହି ଐତିହ୍ୟ ଓ ପରମ୍ପରା ପ୍ରତି ତାଙ୍କ ଅବଦାନକୁ ସରକାରୀ ସ୍ତରରେ ସ୍ୱୀକୃତି ମିଳିବା ଆବଶ୍ୟକ ବୋଲି ଦାବି ଉଠିଛି। ସମାଜ ସୁଧାରକ ଡ଼. ଅରୁଣ କୁମାର ପାଣି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼. ଧୃତିଧର ଦାସ, ସାମ୍ବାଦିକ ନୃସିଂହ ବାରିକ, ଗୌରାଙ୍ଗ ସ୍ୱାଇଁ ଓ ଶ୍ରଦ୍ଧାଞ୍ଜଳି ମହାପାତ୍ର ପ୍ରମୁଖ ସରକାରଙ୍କ ନିକଟରେ ଶ୍ରୀ ନାୟକଙ୍କୁ ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ପ୍ରଦାନ ପାଇଁ ଦାବି କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପରମ୍ପରାକୁ ଆଗେଇ ନେବାରେ ସରୋଜ ନାୟକଙ୍କ ପ୍ରୟାସ ଆଗାମୀ ଦିନରେ ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ ବୋଲି ମତ ପ୍ରକାଶ ପାଇଛି।
6