କୁଜଙ୍ଗ / ତାଳଦଣ୍ଡା, 10/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
କୁଜଙ୍ଗ ଥାନା ଅନ୍ତର୍ଗତ ବ୍ରହ୍ମ ଜଗନ୍ନାଥ ମିଶନ ତାଳଦଣ୍ଡା ଠାରେ ଶତାୟୁ ସନ୍ଥ ବ୍ରହ୍ମ ଅବଧିତ ରଘୁନାଥ ବାବାଙ୍କ ସ୍ମୃତିଚାରଣ ସଭା ଧୁମ୍ ଧାମରେ ପାଳନ କରାଯାଇଛି। ରଘୁନାଥ ବାବାଙ୍କ ୨୫ ଦିନ ହେବ ବ୍ରହ୍ମ ଲିନ ହେବାପରେ ତାଙ୍କୁ ସ୍ମରଣ କରିବା ସହିତ ତାଙ୍କର ଭଲପାଇବାକୁ ମନେ ପକାଇ ଏ ମାଟି ଗ୍ରାମର ସମସ୍ତ ଜନସାଧାରଣ ମାନେ ଏକତ୍ରିତ ହୋଇଥିଲେ ।ବ୍ରହ୍ମ ଜଗନ୍ନାଥ ମିଶନ ଟ୍ରଷ୍ଟ ଅଧ୍ୟକ୍ଷ କ୍ୟାପଟେନ୍ ଡ଼ ସଞ୍ଜୀବ କୁମାର ମୁଦୁଲିଙ୍କ ତତ୍ତ୍ୱାବଧାନରେ ବ୍ରହ୍ମ ଜଗନ୍ନାଥ ମିଶନ ତାଳଦଣ୍ଡା ଠାରେ ସିନେ ନିର୍ଦ୍ଦେଶକ ଡ଼ ହିମାଂଶୁ ଖଟୁଆଙ୍କ ସମେତ ମହିମା ଅଲେଖ ପୀଠର ସଂପାଦକ ବାବା ନିତ୍ୟାନନ୍ଦ ଦାସ, , ଗଙ୍ଗାଧର ବାବା, ସାଧୁ ଅନ୍ତର୍ଯ୍ୟାମୀ ଦାସଙ୍କ ସମେତ ଏହି ଅଞ୍ଚଳର ବିଜ୍ଞ, ପଣ୍ଡିତ ,ସାଧୁମାନେ ଯୋଗଦେଇ ଶତାୟୁ ସନ୍ଥ ବ୍ରହ୍ମ ଅବଧିତ ରଘୁନାଥ ବାବାଙ୍କ ସ୍ମୃତିଚାରଣ କରିଥିଲେ।