ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପିଏଲ୍ ସହାୟତାରେ ପାରାଦୀପ ଗଡ ପଞ୍ଚାୟତ ର "ଚନକଣ" ଗ୍ରାମ ରେ "ମୋ ଉପକାରୀ ବଗିଚା" ର ଶୁଭାରମ୍ଭ l

ଉଦୟ ଚାନ୍ଦପୁର, 22/02/2025, ଉତ୍କଳ voice news - utkalvoicenews.com ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଦୟ ଚାନ୍ଦପୁର ( ଚନକଣ) ଗ୍ରାମ ରେ ପିପିଏଲ ସହାୟତାରେ "ମୋ ଉପକାରୀ ବଗିଚା" ର ଶୁଭାରମ୍ଭ ହୋଇଯାଇଛି l ଉକ୍ତ ଶୁଭାରମ୍ଭ ଉତ୍ସବ ରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ମୋ ଉପକାରୀ ବଗିଚା ର ଶୁଭାରମ୍ଭ କରିବା ସହିତ ହିତାଧୀକାରୀ ଙ୍କୁ ଜଳ ସିଞ୍ଚନ ମଗ୍ ଓ ୦୭ ପ୍ରକାର ର ଅଧିକ ଅମଳ କ୍ଷମ ମଞ୍ଜି ବଣ୍ଟନ କରିଥିଲେ l ବଜାର ରେ ପନି ପରିବା ର ଅହେତୁକ ଦରଦାମ୍ ବୃଦ୍ଧି କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ମହିଳା ମାନେ ନିଜ ନିଜ ବାଡି ବଗିଚାରେ ଜୈବିକ ଖତ ସାର ପ୍ରୟୋଗ କରି ବିଭିନ୍ନ ପ୍ରକାର ପନି ପାରିବା ଚାଷ କରିବା ପାଇଁ ପିପିଏଲ କମ୍ପାନୀ ତରଫରୁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଉପକରଣ ଯୋଗାଇ ଦିଆଯିବ ବୋଲି ପିପିଏଲ ସି.ଏସ.ଆର୍. ମୁଖ୍ୟ ଓମ୍ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି l ଏହାବ୍ୟତୀତ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଛତୁ ଚାଷ ଓ ବଢି, ପାମ୍ପଡ ତିଆରି ପାଇଁ ଉପକରଣ ଯୋଗାଇ ଦେବାପାଇଁ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ପିପିଏଲ କତୃପକ୍ଷଙ୍କୁ ଅପିଲ୍ କରିଥିଲେ l ମଧୁର ଜଳ ର ବ୍ୟାପକ ଅଭାବ ସତ୍ବେ ମହିଳା ମାନେ "ମୋ ଉପକାରୀ ବଗିଚା" କରିବା ପାଇଁ ଆଗ୍ରହ କରିଥିବାରୁ ପିପିଏଲ କତୃପକ୍ଷ ମହିଳା ମାନଙ୍କୁ ସ୍ଵାଗତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ, ଚନ୍ଦ୍ରଶେଖର ଚୌଧୁରୀ, ରେବତୀ ପାଲ୍, ଛବିଲତା ଗିରି, ପାର ଗିରି, ମାଳତୀ ଗିରି, ମୂର୍ଷିଦା ବିବି ପ୍ରମୁଖ ଯୋଗଦେଇ ଥିଲେ l
Article Image
Article Image
Article Image
1