ଏରସମା, 10/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଶିକ୍ଷକଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ କରିଥିବା ନେଇ ସଙ୍ଗୀନ ଅଭିଯୋଗ ।ଘଟଣାକୁ ନେଇ ଏରସମା ଥାନାରେ ଅଭିଯୋଗ ପରେ ଏବେ ଚର୍ଚ୍ଚା ଜୋରଦାର ।ଏରସମା ବ୍ଲକ ପଦ୍ମପୁର ଅଞ୍ଚଳର ଝୁନି ବେହେରାଙ୍କ ଘରେ ବିଳମ୍ବିତ ରାତିରେ କେହି ନଥିବାର ସୁଯୋଗ ନେଇ ଶିକ୍ଷକ ଆଲୋକ ବେହେରା ଅସଦାଚରଣ ଉଦ୍ୟମ କରିଥିଲେ ।
ଏହି ଘଟଣା ପରେ ଝୁନିଙ୍କ ସ୍ୱାମୀ ସାଗର ବେହେରା ଘଟଣା ସମ୍ପର୍କରେ ପଚାରିବାକୁ ଆଲୋକଙ୍କ ଘରକୁ ଯାଇଥିବା ବେଳେ ସେଠାରେ ଆଲୋକଙ୍କ ବଡ଼ଭାଇ ତଥା ପଦ୍ମପୁର ପଞ୍ଚାୟତର ବିଜେପି ନେତା ପ୍ରକାଶ ବେହେରା ଉଭୟ ଝୁନି ଓ ସାଗରଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ଘଟଣାକୁ ନେଇ ଉଭୟ ଦମ୍ପତି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏରସମା ଥାନାରେ ଅଭିଯୋଗ କରିଛନ୍ତି । ମହିଳା ଜଣକ ନିଜ ସୁରକ୍ଷା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।
ଅନ୍ୟପଟେ ଅଭିଯୋଗ ନେଇ ଶିକ୍ଷକ ଆଲୋକ ବେହେରାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ, ତାଙ୍କ ବଡ଼ଭାଇ ପ୍ରକାଶ ବେହେରା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।
ଅଭିଯୋଗର ସତ୍ୟତା କେତେ ?ପୋଲିସ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ସତ ।