ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷକ ନେତା ସାରଦା ସିଂହଙ୍କ ଦେହାନ୍ତ

ଜଗତସିଂହପୁର, 10/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) : ତା 10-08- 2026.-----
Article Image
ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ଜଗତସିଂହପୁର ର ସାଧାରଣ ସମ୍ପାଦକ ତଥା ରାଜ୍ୟ ସଂଘ ର ସଦସ୍ୟ ସାରଦା ପ୍ରସନ ସିଂ ଙ୍କର 75 ବର୍ଷ ବୟସ ରେ ହାଇଟେକ ହସ୍ପିଟାଲ ଭୁବନେଶ୍ୱର ଠାରେ ଆଜି ସକାଳ ଘ 7.25 ମିନିଟ ରେ ଦେହାନ୍ତ ହୋଇଛି. ତାଙ୍କ ମର ଶରୀର କୁ ନିଜ ଗ୍ରାମ କାଟେସିଂପୁର ଅଣାଯାଇ ଶବ ସତ୍କାର କରାଯାଇଥିଲା. ରାଜ୍ୟ ନିମ୍ନମଧ୍ୟମିକ ଶିକ୍ଷକ ସଂଘ ର ଉପଦେଷ୍ଟା ବିଜୟ କୁମାର ବିଶ୍ୱାଳ, ଈଶ୍ୱର ଚନ୍ଦ୍ର ନନ୍ଦ, ରାମଚନ୍ଦ୍ର ଆଚାର୍ଯ୍ୟ, ବିଜୟ କୁମାର ପତି, ମହେଶ ଚୌଧୁରୀ ପବିତ୍ର ମୋହନ ସାହୁ, ସନ୍ତୋଷ କୁମାର ସ୍ୱାଇଁ, ଲଷ୍ମୀଧର ବସ୍ତିଆ, ନୃସିଂହ ଚାନ୍ଦ, ବିଷ୍ଣୁ ଦାସ, ପ୍ରଭୁଚରଣ ମହାନ୍ତି, ଆଦି ଶିକ୍ଷକ ନେତା, ଶିକ୍ଷକ ବନ୍ଧୁବାନ୍ଧବ ଓ ଗ୍ରାମବାସୀ, ପରିବାର ଦୁଇ ପୁତ୍ର ଗିରିଜାକାନ୍ତ ସିଂ ସଚ୍ଚିଦାନନ୍ଦ ସିଂ ଝିଅ ଯାଜ୍ଞସେନୀ ସିଂ ଶବ ସତ୍କାର କାର୍ଯ୍ୟ ରେ ଯୋଗ ଦେଇଥିଲେ. ସେ ପଲ୍ଲୀ ମଧ୍ୟଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରି 2010ମସିହାରେ ଅବସର ନେଇଥିଲେ. ସେ ଜଣେ ଆଦର୍ଶ ଶିକ୍ଷକ, ଶିକ୍ଷକ ନେତା ପରୋପକାରୀ ଓ ସମାଜ ସେବୀ ଥିଲେ. ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି..
5