ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀମନ୍ଦିରର ସିଂହଦ୍ଵାର ପରିସରରେ ମହର୍ଷି ଚରକ ଜୟନ୍ତୀର ଶୁଭ ଉଦ୍ଘାଟନ

ପୁରୀ , 10/08/2026, ଉତ୍କଳ voice news - utkalvoicenews.comଆଜି ପବିତ୍ର ଶ୍ରାବଣ କୃଷ୍ଣପକ୍ଷ ଦ୍ଵାଦଶୀ ତିଥି ସୋମବାରରେ ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଶ୍ରୀମନ୍ଦିରର ସିଂହଦ୍ଵାର ପରିସରରେ ମହର୍ଷି ଚରକ ଜୟନ୍ତୀର ଶୁଭ ଉଦ୍ଘାଟନ କରାଯାଇଥିଲା l
Article Image
ଆସନ୍ତା ତା ୧୭/୮/୨୦୨୬ ରିଖ ସୋମବାର ଦିନ ମହର୍ଷି ଚରକଙ୍କର ଜୟନ୍ତୀ ପାଳନ ହେବାକୁ ଯାଉଅଛି । ଏହି ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର କାୟ ଚିକିତ୍ସା ସ୍ନାତକୋତ୍ତର ବିଭାଗ ଓ ସିଦ୍ଧାନ୍ତ ସଂହିତା ବିଭାଗ ସମନ୍ବୟ ଭାବେ ଚରକ ଜୟନ୍ତୀକୁ ପାଳନ କରୁଅଛନ୍ତି।ମୁଖ୍ୟ ଚୁନରା ସେବକ ଡା. ଶରତ କୁମାର ମହାନ୍ତି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପ ପ୍ରଜ୍ଜ୍ବଳନ କରି ମହାପ୍ରଭୁଙ୍କ ପାଖରେ ସମର୍ପିତ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. (ଡ଼ା.) ବିପିନ ବିହାରୀ ଖୁଣ୍ଟିଆଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ କାୟ ଚିକିତ୍ସା ସ୍ନାତ୍ତକୋତ୍ତର ବିଭାଗର ଅଧ୍ୟାପିକା ପ୍ର. (ଡ଼ା.) ପ୍ରଜ୍ଞା ପ୍ରିୟଦର୍ଶନୀ ମଲ୍ଲିକ, ଡା. ସୋନାଲିକା ଜେନା, ଡ଼ା. ଭାରତୀଲତା ଆଚାର୍ଯ୍ୟ, ଡା. ସତ୍ୟଜିତ ବେହେରା,ପ୍ର. (ଡ଼ା.) ରଞ୍ଜନ କୁମାର କାସ୍ତା, ପ୍ର. (ଡ଼ା.) ସୁରମା ମିଶ୍ର, ପ୍ର.(ଡା.) ତନୁଚନ୍ଦ୍ର ମରାଇ, ପ୍ର.(ଡା.) ସୁଦେଷ୍ଣା ମେହେର,ଡା. ଜିତେନ୍ଦ୍ର ସାମଲ, ଡା. ମଧୁମିତା ପାଣିଗ୍ରାହୀ,ଡା. ଚନ୍ଦନ କୁମାର ସାହୁ, ଡ଼ା. ବିଜୟଶ୍ରୀ ଶତପଥି ସମେତ ସମସ୍ତ କାୟ ଚିକିତ୍ସାର ସ୍ନାତ୍ତକୋତ୍ତର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଶ୍ଵକଲ୍ୟାଣାର୍ଥେ ମହାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରିଥିଲେ।
4