ତିର୍ତୋଲ, 10/08/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ )
ତା - ୦୯/୦୮/୨୬ (ରବିବାର) :
ସନ୍ଧ୍ୟା ରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ର ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ଓ ୱାର୍ଡ ସ୍ତରୀୟ କଂଗ୍ରେସ କମିଟି ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସଫି ଆଜମ୍ ଙ୍କ ଉପସ୍ଥିତି ଓ ସଭାପତିତ୍ୱ ରେ ବୈଠକ ଜୀବନ୍ତ ଓ ସଫଳିତ ହୋଇ ଥିଲା। ଏହି ବୈଠକ ରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସ୍ୱାଇଁ , ଉପସଭାପତି ଶ୍ରୀଯୁକ୍ତ ରଂଜନ କୁମାର ମହାପାତ୍ର, ଉପସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତି, ଜୋନ୍ ୩ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶୁଭାଶିଷ ସ୍ୱାଇଁ ଉପସ୍ଥିତ ରହି ତୃଣମୂଳ ସ୍ତରରୁ ସଂଗଠନ କୁ ସୁଦୃଢ଼ କରିବା ପାଇଁ ନିଜ ନିଜର ଦାୟିତ୍ୱ ପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ବୈଠକ ରେ ପଞ୍ଚାୟତ ର ସମସ୍ତ ୱାର୍ଡ ର କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପୃଷ୍ଟି ଙ୍କୁ ଗୋପାଳପୁର ପଞ୍ଚାୟତ କଂଗ୍ରେସ ନୂତନ ସଭାପତି ଭାବରେ ମତ ପ୍ରକାଶ କଲେ।