ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୦୮ ଆମ୍ବୁଲାନ୍ସ (ଜନନୀ ଏକ୍ସପ୍ରେସ) ଫେକ କଲରେ ମେଡିକାଲ ଭ୍ରମଣ

ତିର୍ତ୍ତୋଲ, 06/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଏବେ ଦୁର୍ନୀତି ର ଗନ୍ତା ଘର ପାଲଟିଛି।ସେ ପିସି କାର ବାର ହେଉବା, ଭତା କି ଉଦ୍ୟାନ କୃଷି ବିଭାଗ ର ଅଦା,ଆଳୁ,ବାଦାମ ଦୁର୍ନୀତି।ଏବେ ଦେଖିବାକୁ ମିଳିଛି,ଆଶ୍ଚଯ୍ୟ ଜନକ ଭାବରେ ଦିନ ଦିପହରରେ କେମିତି ଦୁର୍ନୀତି ହେଉଛି। ୧୦୮ ଆମ୍ବୁଲାନ୍ସ (ଜନନୀ ଏକ୍ସପ୍ରେସ) କିଭଳି ଫେକ କଲର ପକାଇ ରୋଗିକି କଟକ ନେଉଛି।ଲକ ବୁକ ରେ ଗାଡି କଟକ ଯାଉଥିବା ଦର୍ଶା ଯାଉଥିବା ବେଳେ,ବାସ୍ତବ ରେ ଦେଖିବାକୁ ଗଲା ବେଳକୁ ଗାଡି ମଣିଜଙ୍ଗା ଗୋଷ୍ଠୀ ସ୍ୟାସ୍ଥ୍ୟ କେନ୍ଦ୍ର ରେ ଠିଆ ହୋଇଛି। ୧୦୮ ଆମ୍ବୁଲାନ୍ସ (ଜନନୀ ଏକ୍ସପ୍ରେସ) ଲକ ବୁକ ହିସାବ ରେ ଯେଉଁ ଡ଼କ୍ଟର ମଣିଜଙ୍ଗା ମେଡିକାଲ ରୁ ରୋଗୀକୁ କଟକ ରେଫର କରିଛନ୍ତି ବାସ୍ତବ ରେ ମେଡିକାଲ ରେଜିଷ୍ଟର ଦର୍ଶାଉଛି ଯେ ଉକ୍ତ ଡ଼କ୍ଟର ସେ ଦିନ ଅଫ ରେ ଥିଲେ।ସେ ମେଡିକାଲ ରେ ସେମିତିକା ରୋଗୀ କେହି ଆଡମିଟ ହୋଇନଥିବା ଡ଼କ୍ଟର ପ୍ରକାଶ କରିଥିବା ବେଳେ।କେମିତି ୧୦୮ ଆମ୍ବୁଲାନ୍ସ (ଜନନୀ ଏକ୍ସପ୍ରେସ) ଯାହାର ନମ୍ବର OD-05-AT-3955 କିଭଳି ରୋଗିକି କଟକ ନେଇକି ଯାଉଛି ବୋଲି ଲକ ବୁକ ରେ ଦର୍ଶା ଯାଉଛି।ତାହା ତଦନ୍ତ କଲେ ଅନେକ ଗୃଢ଼ ରହସ୍ୟ ପଦାକୁ ଆସି ପାରନ୍ତା।ବିଶେଷ ସୂତ୍ର ରୁ ଖବର ପାଇଁ ଗଣ ମାଧ୍ୟମ ପ୍ରତିନିଧି ଅନୁସନ୍ଧାନ କଲା ବେଳେ ଗାଡି ଡ୍ରାଇଭର ସନ୍ତୋଷ ଜନକ ଉତ୍ତର ଦେଇ ପାରିଲେ ନାହିଁ।ଉକ୍ତ ଗାଡି ଟି ପ୍ରତ୍ୟେକ ଦିନ ମଣିଜଙ୍ଗା ରୁ କଟକ ଯାଉଥିବା ଲକ ବୁକ ରେ ଦର୍ଶା ଯାଉଥିବା ବେଳେ,ବାସ୍ତବ ରେ ସେମିତି କିଛି କଲର କୁ ନେଇଁ ଉକ୍ତ ଗାଡି ଟି କଟକ ଯାଉନାହିଁ ବୋଲି ମେଡିକାଲ ସୂତ୍ର ରୁ ପ୍ରକାଶ।ଏପରି ଫେକ କଲର ଆଇଡି ପକାଇ ଉକ୍ତ ଗାଡି ପ୍ରତ୍ୟେକ ମାସରେ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ରାଜ୍ୟ ରାଜକୋଷ ରୁ ଲୁଟୁ ଥିବା ବେଳେ ଏଥିରେ ମଣିଜଙ୍ଗା ମେଡିକାଲ ର କିଛି ଅସାଧୁ କ୍ରର୍ମଚାରି ମଧ୍ୟ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଜଣାପଡିଛି।ଏହାର ତଦନ୍ତ କଲେ ଅନେକ ଗୃଢ଼ ରହସ୍ୟ ପଦାକୁ ଆସିପାରନ୍ତା ବୋଲି କିଛି ସଚେତନ ନାଗରିକ ଦାବି କରିଛନ୍ତି।
Article Image
Article Image
Article Image
1