ଜଗତସିଂହପୁର, 10/08/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ତା' ୧୦/୮{...}

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀର ବିଭିନ୍ନ ପ୍ରେକ୍ଷାଳୟରେ ୭/୮/୯ ଏଇ ୩ଦିନ ଧରି ସର୍ବଭାରତୀୟ ଯୁବ ସାହିତ୍ୟିକ ସମ୍ମିଳନୀରେ ଓଡ଼ିଶା ଶାଖାର ସଭାପତି ଡ. ଅଭୟ କୁମାର ନାୟକଙ୍କ ପୌରୋହିତ୍ୟରେ ମାନ୍ୟବର ମନ୍ତ୍ରୀ ଶ୍ରୀମାନ୍ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି , ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ସମ୍ମାନନୀୟ ଅତିଥି ଥିଲାବେଳେ ୯ତାରିଖର ଉଦ୍ଯାପନ ଉତ୍ସବ ଡ. ଅଭୟ ନାୟକଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ପ୍ରଫେସର ଶ୍ରୀମତୀ କୁମୁଦ ଶର୍ମା, ମୁଖ୍ୟବକ୍ତା ଡ. ସ୍ମରପ୍ରିୟା ମିଶ୍ର , ଡ. ଚନ୍ଦ୍ରଶେଖର ହୋତା ପ୍ରମୁଖ ମଞ୍ଚାସୀନ ରହି ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ପାଇଁ ଯୁବ ସାହିତ୍ୟିକମାନେ ବିଶେଷ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବିଭିନ୍ନ ସମ୍ପାନରେ ଆଦିକବି ସାରଳା ଦାସଙ୍କ ଅଭିନବ ମହାଭାରତ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଚିତ୍ର୍ୟ, ଜଗନ୍ନାଥ ଦାସଙ୍କ ଭାଗବତର ଅନୁବାଦର ବୈଶିଷ୍ଟ୍ୟ, ଫକୀର ମୋହନଙ୍କ ସାହିତ୍ୟରେ ସ୍ଵଦେଶ ଭାବନା ଓ ଗୋଦାବରୀଶ ମହାପାତ୍ରଙ୍କ ସାହିତ୍ୟରେ ଜନଜୀବନର ଚିତ୍ର ଉପରେ ୨୫୦ ଗୋଟି ଭିତ୍ତି ପ୍ରବନ୍ଧ ପାଠକରାଯାଇଥିଲା । ବିଭିନ୍ନ ଅଧିବେଶନରେ ପ୍ରଫେସର ଉଦୟ ନାଥ ସାହୁ, ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି, ଡ. ଧରଣୀଧର ନାଥ, ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ରାମକୃଷ୍ଣ ତ୍ରିପାଠୀ, ଡ. ସନ୍ତୋଷ କୁମାର ମହାପାତ୍ର, ପଣ୍ଡିତ ରବୀନ୍ଦ୍ର ନାଥ ମିଶ୍ର , ଡ. ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଥିଲେ । ଏଥିରେ ଭାରତ ବାହାରର ଯୁବ ସାହିତ୍ୟିକଙ୍କୁ ପୁରସ୍କୃତ କରାଯିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗିଙ୍କ ସହ ଜଗତସିଂହପୁର ଜିଲ୍ଲାରୁ ପ୍ରବନ୍ଧ ଲିଖନରେ ପ୍ରଥମ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ର ଛାତ୍ର ସୌରଭ ନାୟକ, ୨ୟ ରେଢୁଆ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର +୩ ଛାତ୍ରୀ ସୁଶ୍ରୀ ବୈଶାଖୀ ପାଁଜା ଏବଂ ତୃତୀୟ ସ୍ଥାନ ପ୍ରାପ୍ତ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଜଗତସିଂହପୁରର +୩ ଛାତ୍ର ସତ୍ୟଜିତ ବାରିକ ଅତିଥି ମାନଙ୍କଠାରୁ ପ୍ରମାଣପତ୍ର ଓ ଟ୍ରଫି ପାଇଥିଲେ । ଏକ ଦେଶଭକ୍ତି ମୂଳକ ସ୍ଵରଚିତ କବିତା ପାଠୋତ୍ସବରେ ଶତାଧିକ କବି ଅଂଶଗ୍ରହଣ କରିଥିଲେ, ଏଥିରେ କବି ଭଗବାନ ଜୟସିଂହ ସଭାପତି ଥିଲାବେଳେ କବି ଅରୁଣ ସାହୁ ଓ କବି ପ୍ରସନ୍ନ କୁମାର ସ୍ୱାଇଁ ଅତିଥି ଥିଲେ । ଯେଉଁଥିରେ ଜଗତସିଂହପୁରର ଅନେକ କବିଙ୍କ ମଧ୍ୟରେ ମନୋରମା ଦାଶ, ସବ୍ୟସାଚି ଡ୍ରିପାଠୀ ପ୍ରଭୃତି ୧୦ଜଣ ଅଂଶଗ୍ରହଣ କରିଥିଲେ । ମନ୍ତ୍ରୀ ମହୋଦୟ ସମସ୍ତ ଭିତ୍ତି ପ୍ରବନ୍ଧର ସଙ୍କଳନ କରାଯିବ ବୋଲି କହି କାର୍ଯ୍ୟକ୍ରମର ଭୂୟୋସୀ ପ୍ରଶଂସା କରିଥିଲେ ।