ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଗୋରଡ଼,ତରଫରୁ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ରାହାମା, 11/08/2026, ଉତ୍କଳ voice news - utkalvoicenews.com(ରିପୋର୍ଟ - ତିର୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁ ) :
Article Image
ତା - ୧୧/୮ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ମାନଙ୍କ ରେ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼। ସ୍ନିଗ୍ଧମୟୀ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ସ୍ତରରେ ଉଦଘାଟନ କରିଥିଲେ। ଓ ପରେ ପରେ ଜିଲ୍ଲାର ପ୍ରତେକ ବ୍ଲକ ସ୍ଥାରୀୟ ଓ ପଂଚାୟତ ସ୍ତରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ଏହାର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଥିଲା, କୁଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଗୋରଡ଼ ଗ୍ରାମ ପଞ୍ଚାୟତ ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ତରଫରୁ ମଧ୍ୟ୍ୟ ଜାତୀୟ କୃମି ନାଶକ ଦିବସ ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୃମି ନାଶକ ଔଷଧ ଶିଶୁ ମାନଙ୍କୁ ବଣ୍ଟନ କରାଯାଇ ଥିଲା ଓ ପରେ ଗୋରଡ଼ ପ୍ରଥମିକ ବିଦ୍ୟାଳୟ ରେ ସ୍ୱାସ୍ଥ୍ୟ କର୍ମୀ ମାନେ ପହଁଚି ଛାତ୍ର ଛାତ୍ରୀ ମାନଙ୍କୁ କୃମି ନାସକ ଔଷଧ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗୋରଡ଼ ଆୟୁଷ୍ମାନ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟତଥା ଆୟୁଷୁ ଡ଼ାକ୍ତର ନଜ ରାନା ସୁଲୁ୍ତାନ, ଆଶା ଡିଦି, ସସ୍ମିତା ସ୍ୱାଇଁ, ଲତିକା ଦେଇ, ଡଗରପଡା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ର ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକରୀଣୀ ଦିପାଲି ପ୍ରିୟଦର୍ଶିନୀ ଉପସ୍ଥିତ ରହି କୃମି ନାସକ ଔଷଧ ବଣ୍ଟନ କରିଥିଲେ l ଏବଂ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରିବା ନିମନ୍ତେ ସେ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଏହି ସିରପ ଓ ବଟିକା ସେବନ କରାଇବା ନିମନ୍ତେ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି ଦିଦି, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ବୁଝାଇ ଥିଲେ । ୨୦୧୫ ମସିହା ଠାରୁ ପ୍ରତିବର୍ଷ ପରି ଏହି ବର୍ଷ ୧୦ ଅଗଷ୍ଟ ରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର କିଶୋରୀ ତଥା ୨୦ରୁ ୨୪ ବର୍ଷ ବୟସର ସମସ୍ତ ମହିଳା ଯିଏକି (ଗର୍ଭବତୀ ଓ ପ୍ରସୂତି ହୋଇନଥିବେ) ଙ୍କୁ କୃମି ନାଶକ ବାଟିକାର ସେବନ କରାଇ ଏହି ଅଭିଯାନ କୁ ସଫଳ କରାଇବ ଆବଶ୍ୟକ l କୃମି ଦ୍ଵାରା ସଂକ୍ରମିତ ହେଲେ ପୁଷ୍ଟିହୀନତା ,ରକ୍ତହୀନତା, ବଦହଜମୀ, ଶାରୀରିକ ତଥା ମାନସିକ ଅନଗ୍ରସରତା ଦେଖାଯିବା ସହ କାର୍ଯ୍ୟ ଦକ୍ଷତା କମିଯାଏ। ତେଣୁ କୃମି ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ କୃମି ନାଶକ ବଟିକା ସେବନ କରିବା ସାଙ୍ଗେ ପରିଷ୍କାର ପରିଚ୍ଛନ୍ନ ରହିବା, ମଳତ୍ୟାଗ ସମୟରେ ପାଇଖାନା ରେ ଚପଲ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ ସେବନ, ଖାଇବା ପୂର୍ବରୁ ହାତ ସଫା କରିବା, ନଖ କାଟିବା ଆଦି ବିଷୟରେ ଆୟୁଷ ଡାକ୍ତର ନଜରାନା ସୁଲୁ୍ତାନ ବୁଝାଇ ଥିଲେ l
4