ଜଗତସିଂହପୁର, 11/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଆସନ୍ତା ସ୍ୱାଧୀନତା ଦିବସ ତଥା ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ତମ ବର୍ଷପୂର୍ତ୍ତି ଅବସରରେ ଜିଲ୍ଲାବ୍ୟାପୀ ୯ ରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ “ଘରେ ଘରେ ତ୍ରିରଙ୍ଗା-୨୦୨୬” ଅଭିଯାନ ବ୍ୟାପକ ଭାବେ ପାଳନ/କରାଯାଉଛି ।
ଜଗତସିଂହପୁରରେ ‘ଘରେ ଘରେ ତ୍ରିରଙ୍ଗା’ ଉତ୍ସବ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବାଇକ୍ ରାଲି, ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି । ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲାରେ ‘ଘରେ ଘରେ ତ୍ରିରଙ୍ଗା’ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଷ୍ଟାଡିୟମ ପରିସର ଦେଶପ୍ରେମର ଭାବନାରେ ଉତ୍ସବମୁଖର ହୋଇଉଠିଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରାଯାଇଛି। ଏଥିସହ ଜିଲ୍ଲାରେ ଏକ ବିଶେଷ ବାଇକ୍ ରାଲି ମଧ୍ୟ ଆୟୋଜିତ ହୋଇଥିଲା। ରାଲିରେ ଅଂଶ ଗ୍ରହଣ କାରୀ ମାନେ ଜାତୀୟ ପତାକା ଧରି ଦେଶପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ।ଏହି ବିଶେଷ କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଏବଂ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ସମେତ ବହୁ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଯୋଗ ଦେଇଥିଲେ।