ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜ୍ୟୋତି ଜଗନ୍ନାଥ ପୀଠରେ ସାଧୁ ରଘୁନାଥ ବାବାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

କୁଜଙ୍ଗ / ତାଳଦଣ୍ଡା, 11/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜ୍ୟୋତି ଜଗନ୍ନାଥ ପୀଠରେ ସାଧୁ ରଘୁନାଥ ବାବାଙ୍କ ସ୍ମୃତିଚlରଣସଭା ଅଧ୍ୟକ୍ଷ କ୍ୟାପଟେନ ଡଃ ସଂଜୀବ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବାବା ରଘୁନାଥ ଶହେ ତିନ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହି ଦେବlରାଧନା କରିବା ସହ ଅନେକ ଆଧ୍ୟାତ୍ମିକ ଶିଷ୍ୟ ସୃଷ୍ଟି କରି ଅଞ୍ଚଳକୁ ପାବନ କରିଥିଲେ l ବ୍ରହ୍ମ ଲୀନ ବାବାଙ୍କ ପାଇଁ କୁଜଙ୍ଗ ବ୍ଲକ ଅଧୀନ ତାଳଦଣ୍ଡା ସ୍ଥିତ ଠାକୁରବାଟୀ ପରିସରରେ ବହୁ ମାନ୍ୟ ଗଣ୍ୟ ବ୍ରହ୍ମ ଅବଧୂତ ମାନଙ୍କର ସମାବେଶ ଘଟିଥିଲା l ସେମାନଙ୍କ ମଧ୍ୟରେ ଥିଲେ ବ୍ରହ୍ମ ଅବଧୂତ ସୁଜନ, ବ୍ରହ୍ମ ଅବଧୂତ ଗଙ୍ଗାଧର, ବ୍ରହ୍ମ ଅବଧୂତ ନିତ୍ୟାନନ୍ଦ ଦାସ, ସମ୍ପାଦକ ସତ୍ୟ ମହିମାଧର୍ମ ପରିଚାଳନା ସମିତି, ବାବା ପୂର୍ଣ୍ଣାନନ୍ଦ ଦାସ,ସାଧୁ ସୁଦର୍ଶନ ଦାସ, ସାଧୁ ସୁମନ୍ତ ଦାସ,ସାଧୁ ଅନ୍ତର୍ଯ୍ୟାମୀ ଦାସ ପଣ୍ଡିତ,ସତ୍ୟ ମହିମା ଧାମ ପରିଚାଳନା ସମିତି, ମହିମା ଧର୍ମର ବିଶିଷ୍ଟ ଗବେଷକ ଡ଼ଃ ହିମାଂଶୁ ଖଟୁଆ ଯୋଗଦେଇଥିବାବେଳେ ବ୍ରହ୍ମ ଜଗନ୍ନାଥ ମିଶନ ପ୍ରତିଷ୍ଠାତା ଡ଼ଃ ମୁଦୁଲି ମହୋଦୟ ସମଗ୍ର ସଭା ପରିଚାଳନା ଦାୟିତ୍ୱ ବହନ କରିଥିଲେ l ଆଇନଜୀବୀ ତଥା ଜ୍ୟୋତି ଜଗନ୍ନାଥ ମିଶନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ରଶ୍ମିରଂଜନ ଦାସ ସାଧୁ ରଘୁବାବାଙ୍କ ଜୀବନୀ ସମ୍ପର୍କରେ ବିଶଦ ଆଲୋଚନା କରି କହିଥିଲେ ସାଧୁ ରଘୁନାଥ ବାବା କେବଳ ସାଧୁ ନଥିଲେ ପରନ୍ତୁ, ଅନ୍ତର୍ଯ୍ୟାମୀ, ପୁଣ୍ୟାତ୍ମା, ଧର୍ମ ବିଶ୍ୱାସୀ ତଥା ସମାଜ ସଂସ୍କାରକ ଥିଲେ l ପରିଶେଷରେ କ୍ୟାପଟେନ ମହୋଦୟ ବ୍ରହ୍ମ ଜଗନ୍ନାଥ ମିଶନ ସହ ସାଧୁ ସନ୍ଥଙ୍କ ସଂଯୋଗ ଆଜିଠାରୁ ଆରମ୍ଭ ହୋଇ ଆଗାମୀ ଦିନରେ ଏହି ସମାବେଶ ଆହୁରି ଘନିଷ୍ଠ ହେବ ବୋଲି ମତ ପୋଷଣ କରିଥିଲେ l
5