ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମନ୍ଦିର ପ୍ରବେଶକୁ ନେଇ ବିବାଦ : ଜଣେ ଗିରଫ

ଏରସମା, 11/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ଘଟିବା ସହ ଜାତିସୂଚକ ମନ୍ତବ୍ୟ, ଗାଳିଗୁଲଜ ଓ ଅପମାନ କରାଯାଇଥିବା ଅଭିଯୋଗରେ ଏରସମା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅଟିମଟି ଗ୍ରାମର ମିନତୀ ଦାସ (୫୫) ଗତ ୧୦ ତାରିଖ ସକାଳ ପ୍ରାୟ ୯ଟା ସମୟରେ ଅନ୍ୟ ମହିଳାମାନଙ୍କ ସହ ଗ୍ରାମର ଶିବ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଇଥିଲେ। ସେଠାରେ ସତ୍ୟ ରଞ୍ଜନ ରାଉତରାୟ ଓ ଅନ୍ୟ ୮ ଜଣ ମନ୍ଦିରରେ ପ୍ରବେଶ କରି ପୂଜା କରିବାରେ ବାଧା ଦେବା ସହ ଜାତିସୂଚକ ମନ୍ତବ୍ୟ ଦେଇ ଗାଳିଗୁଲଜ ଓ ଅପମାନ କରିଥିବା ଅଭିଯୋଗ ହୋଇଛି। ଏଥିସହ ପୂଜା ସାମଗ୍ରୀ ଫିଙ୍ଗି ଦେବା, ମହିଳାମାନଙ୍କୁ ମନ୍ଦିର ପରିସରରୁ ଘଉଡ଼ାଇ ଦେବା ଏବଂ ଘଟଣା ସମୟରେ ମିନତୀଙ୍କ ହାତରେ ଆଘାତ ଲାଗିଥିବା ଅଭିଯୋଗ ରହିଛି। ଘଟଣାର ଭିଡିଓ ରେକର୍ଡ କରୁଥିବା ଜଣେ ସାକ୍ଷୀଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ଏରସମା ଥାନାରେ କେସ୍ ନଂ. ୨୫୪/୧୦.୦୮.୨୦୨୬ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତକାରୀ ଅଧିକାରୀ SI ବିଶ୍ୱଜିତ ଗଡ଼ନାୟକଙ୍କ ତଦନ୍ତ ସମୟରେ ଅଭିଯୁକ୍ତ ସତ୍ୟ ରଞ୍ଜନ ରାଉତରାୟଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କୁ ୧୧ ତାରିଖରେ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
26