ଏରସମା, 11/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) ତା -୧୧/୦୮/୨୩ :

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତ ଗୁଆମୁଣ୍ଡା ସେବାଶ୍ରମ ପୀଠରେ ତ୍ରୀତତ୍ତୂ ଆଧାରି ମହାନ ସନ୍ଥ ସଦଗୁରୁ ଦାସ ନୃସିଂହ ଚରଣ ପ୍ରଧାନ ମହାରାଜଙ୍କ ୮୩ ତମ ଜନ୍ମଦିବସ ସତ୍ୟପ୍ରେମି ମାନଙ୍କ ଗହଣରେ ଆଜି ମଙ୍ଗଳ ବାର ଦିନ ମହାସମାରୋହରେ ପାଳିତ ହୋଇଛି ଉକ୍ତ ଜନ୍ମଦିବସ ପାଳନ କରିବା ପାଇଁ ନିକଟ ତଥା ଦୂର ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ସତ୍ୟପ୍ରେମି ମାନେ ଉପସ୍ଥିତ ରହି ଧୂପ ଦୀପ ଜଳାଇ ହୁଳହୁଳି ଓ ହରିଧୂନୀ ମାଧ୍ୟମରେ ସଦଗୁରୁ ଦେବଙ୍କ ପୂଜା ଅର୍ଚ୍ଚନା କରିଥିଲେ ପରେ ଆଶ୍ରମର ଧାରାବାହିକ ନିୟମ ଅନୁସାରେ ପ୍ରଥମେ ପରମେଶ୍ବରଙ୍କ ଶରଣ ପ୍ରାର୍ଥନା ଦିତୀୟରେ ଆତ୍ମ ସମର୍ପଣ ପ୍ରାର୍ଥନା ଗାନ କରାଯାଇ ବ୍ରହ୍ମନାମ ଗାନ କରାଯାଇ ଥିଲା ପରେ ସଦଗୁରୁ ଦେବ ଭକ୍ତ ମାନଙ୍କୁ ଆର୍ଶୀବାଦ କରି ସନାତନ ଧର୍ମ ଓ ସନାତନ ଙ୍କ ନିତି ସଂପର୍କରେ ଜ୍ଞାନତତ୍ବ ଆଲୋଚନା କରି ଭକ୍ତମାନଙ୍କୁ ଚେତନା ଦେବା ସହିତ ବର୍ତ୍ତମାନର ଯୁବସମାଜ ଯଦି ବାସ୍ତବ ତାକୁ ଗ୍ରହଣ କରି ଶ୍ରଷ୍ଟାଙ୍କ ଅନୁଗାମୀ ହୋଇପାରିବ ସମାଜରେ ଘଟୁଥିବା ବିଭିଶିକାର କରାଳ ଢେଉ ଅଚିରେ ମିଳେଇଯାଇ ଶାନ୍ତି, ମୈତ୍ରୀ ସ୍ଥାପନ ହୋଇ ପାରିବ ବୋଲି ବୁଝାଇ ଥିଲେ ଉକ୍ତ କାର୍ଯ୍ୟକ୍ରମକୁ - ଚିଣ୍ଟୁ ପ୍ରଧାନ, ଚିକୁ ପ୍ରଧାନ,ସୂଦର୍ଶନ ସ୍ଵାଇଁ,ବଲ୍ଲଭ କୁମାର ପ୍ରଧାନ, ଅକ୍ଷୟ କୁମାର ଦାସ, ସୌଦାମିନୀ ପ୍ରଧାନ, ରଂଜିତା ସାହୁ,ସଞ୍ଜୟ ଦାସ, ସୁଶାନ୍ତ ଦାସ ,ଶୈ।ମ୍ୟାଶ୍ରୀ ପ୍ରଧାନ, ଆକାଶ ପ୍ରଧାନ,ପ୍ରଫୁଲ୍ଲ ପରିଡା,ଅଞ୍ଜନା ପ୍ରଧାନ,ପ୍ରକାଶ ଦାସ,ଫକୀର ପରିଡାଙ୍କ ସମେତ ସଂଗଠନର ସମସ୍ତ ସତ୍ୟପ୍ରେମି ମାନେ ପରିଚାଳନା କରିଥିଲେ।