କଳାହାଣ୍ଡି, 12/08/2026, ଉତ୍କଳ voice news - utkalvoicenews.com(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର
ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବଳରାମ ବାଗ ଙ୍କ ବିୟୋଗରେ ମଙ୍ଗଳବାର କାଉଡୋଲା ଧାନମଣ୍ଡି ଠାରେ କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଆଞ୍ଚଳିକ ଡମ୍ବ ସମାଜ ସଭାପତି ଶ୍ରୀଯୁକ୍ତ ବନମାଳୀ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଶୋକଶନ୍ତତ୍ପ ସଭାରେ ଆଞ୍ଚଳିକ ଡ଼ମ୍ବ ସମାଜ ସମ୍ପାଦକ ଧବଳେଶ୍ୱର ନାଗ, ସହ ସମ୍ପାଦକ ରମେଶ ଚନ୍ଦ୍ର ଦୁର୍ଗା, ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଗୁଣନିଧି ବାଗ,ଲଡ଼ୁଗାଁ ପଞ୍ଚାୟତ ଡ଼ମ୍ବ ସମାଜ ସଭାପତି
ପ୍ରହଲ୍ଲାଦ ଠାକୁର, ବ୍ଲକ ଉପଦେଷ୍ଟା ଶ୍ରୀଯୁକ୍ତ ରଘୁନାଥ ଖମାରୀ, ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାଣିଗ୍ରାହୀ ଓ ପରମେଶ୍ୱର ପାଣିଗ୍ରାହୀ ବାଲେଶ୍ୱର ନାଗ,ଆଶିଷ କୁମାର ନାଗ ତିରୁପତି ପାଣିଗ୍ରାହୀ ଙ୍କ ସମେତ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ । ସ୍ୱର୍ଗତ ବଳରାମ ବାଗ ଙ୍କ ଜିବନୀ ଓ ତାଙ୍କ କାର୍ଯ୍ୟ କଲାପ ଉପରେ ବିଶିଷ୍ଟ ବ୍ୟକ୍ତିବିଶେଷ ନିଜ ନିଜ ମତବ୍ୟକ୍ତ କରିଥିଲେ । ସେ ଜଣେ ଅଡିଟର ଭାବରେ କାର୍ଯ୍ୟ କରୁଥିଲେ ଦକ୍ଷ, ଶାନ୍ତ,ସରଳ, ମିଷ୍ଟଭାଷୀ, ଜଣେ ସୁ ସଂଗଠକ ଥିଲେ l