ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ନଗର ଭାରତୀୟ ଜନତା ପାର୍ଟି ପକ୍ଷରୁ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ରାୟଗଡ଼ା, 12/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) ତା - ୧୨/୦୮ : ରାୟଗଡ଼ା ଭାରତୀୟ ଜନତା ପାର୍ଟି ନଗର ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ରାୟଗଡ଼ା ନଗରରେ ଏକ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା। ଶୋଭାଯାତ୍ରାଟି ସ୍ଥାନିୟ ହୋଟେଲ ଜ୍ୟୋତି ମହଲ ଛକ ଠାରୁ ଆରମ୍ଭ ହେଇଥିଲା , ଶୋଭାଯାତ୍ରାରେ ପ୍ରତ୍ୟେକଙ୍କ ହସ୍ତରେ ତ୍ରୀରଙ୍ଗା ପତାକା ସାଙ୍ଗକୁ ୮ ଫୁଟ ଓସାର ଓ ୭୭ ଫୁଟ ଲମ୍ବର ତ୍ରୀରଙ୍ଗା ଏବଂ ଓଡ଼ିଶାର ସମ୍ବଲପୁର ବୁଣା ହସ୍ତତନ୍ତ କାରିଗରୀର ପୋଷାକ ପିନ୍ଧି ଶୋଭାଯାତ୍ରାରେ ସାମିଲ୍ ଥିବା ଛାତ୍ରୀ ମାନେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଶୋଭାଯାତ୍ରାରେ
Article Image
ନଗର ଭାଜପାର ଅନେକ ପଦାଧିକାରୀ , ରାଜ୍ୟ ଏବଂ ଜିଲ୍ଲା ନେତୃତ୍ବ, ଭାଜପାର ଅନେକ କର୍ମି ସହିତ ଓରିଟେକ୍ କମ୍ପ୍ୟୁଟର ଇନ୍ଷ୍ଟି ଟ୍ୟୁଟ୍ରର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ ଭାରତ ମାତା କି ଜୟ, ହର୍ ଘର୍ ତ୍ରିରଙ୍ଗା - ଘର୍ ଘର୍ ତ୍ରିରଙ୍ଗା ଏବଂ ବନ୍ଦେ ମାତରଂ ର ନାରା ସାଙ୍ଗକୁ ବିଭିନ୍ନ ଦେଶାତ୍ମକ ସଙ୍ଗୀତର ଧ୍ଵନିରେ ପ୍ରକମ୍ପିତ ହେଉଥିଲା ରାୟଗଡ଼ା ନଗର। ଶୋଭାଯାତ୍ରାଟି ଚେକାଗୁଡ଼ା ରାସ୍ତା - ରିଙ୍ଗ ରୋଡ଼ - ଭି କେ ଫଙ୍କସନ୍ ହଲ୍ - ହାତି ପଥର ରାସ୍ତା - ପୁରୁଣା ଆଟିଆଇ ଛକ ଦେଇ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନା ରେ ପହଞ୍ଚିଥିଲା ଏବଂ ସେଠାରେ ଥିବା ସ୍ୱାଧୀନ ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ତ୍ରୀରଙ୍ଗା ଶୋଭାଯାତ୍ରା ର ଉଦ୍ଦେଶ୍ୟକୁ ନେଇ ନଗର ସଭାପତି ରାଜେଶ ପାଣିଗ୍ରାହି କହିଥିଲେ ଆମ ସମସ୍ତଙ୍କର ପ୍ରିୟ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସାହସ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଆଜିର ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଏବଂ ତ୍ରୀରଙ୍ଗା ପତାକା ଆମ ରାଷ୍ଟ୍ରର ପରିଚୟ ତେଣୁ ପ୍ରତ୍ୟେକ ଘରେ , ସମସ୍ତ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଜନ ଜାଗରଣ, ଯୁବ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ର ଭକ୍ତି, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ର ନିର୍ମାତାଙ୍କ ଯୋଗଦାନକୁ ସ୍ମରଣ କରିବା, ରାଷ୍ଟ୍ରର ଏକତା, ସାମାଜିକ ସମରସତା ଓ "ଏକ ଭାରତ - ଶ୍ରେଷ୍ଠ ଭାରତ" ଭାବନାକୁ ସୁଦୃଢ କରିବା ଆମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ନଗର ସାଧାରଣ ସମ୍ପାଦକ ରାଜେଶ ନାଇଡ଼ୁ, ଅଜୟ ଚୁଲେଟ, ଉପସଭାପତି ରାମ କୃଷ୍ଣ ପାଣିଗ୍ରାହୀ, ଦେବଗିରି ପଟ୍ଟନାୟକ, ଝରଣା ପାଣି, ସଦାଶିବ ରାଜଗୁରୁ, ଶିବା ଭାସ୍କର, କୋଷାଧକ୍ଷ ସନ୍ତୋଷ ସାହୁ,ମହିଳା ମୋର୍ଚ୍ଚା ସଭାନେତ୍ରୀ ରଚନା ସାହୁ, ଏବଂ ସସ୍ମିତା ଦାଶ, ରିନା ସାବତ, ସବିତା ଭୂୟାଁ,ଏସ୍ ସି ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା, ରାଜ୍ୟ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ୟାଲା କଣ୍ଡା ବାବୁ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶିବ ଉଲ୍ଲାକା, ସରକାରୀ ଓକିଲ (GP) ପଦ୍ମନାଭ ଦାଶ, ପେଦିନା ମୂରଲୀ, ଗୋପାଳ ଖରା, ରାକେଶ ପାଢ଼ୀ, ଆଶିଷ ସିନ୍ହା, ଅଶ୍ୱିନ ନାୟକ, ସୁମନ୍ତ ମହାରଣା, କୃଷ୍ଣ ପଟ୍ଟନାୟକ , କେ ଶ୍ରିନୁ ପ୍ରମୁଖ ଯୋଗ ଦେଇଥିଲେ।
8