ପାରାଦୀପ, 12/08/2026, ଉତ୍କଳ voice news - utkalvoicenews.comସ୍ୱାୟତ୍ତ ଶାସନ ଦିବସ–୨୦୨୬ ଉପଲକ୍ଷେ ପାରାଦୀପ ପୌର ପରିଷଦ ପକ୍ଷରୁ ୱାର୍ଡ ନମ୍ବର–୧୬ରେ ସମୂହ ସଫେଇ, ସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ହୋଇଥିଲା। ସ୍ୱଚ୍ଛ, ସୁସ୍ଥ ଓ ସବୁଜ ପାରାଦୀପ ଗଠନ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରବାସୀଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ନେଇ ସଚେତନ କରାଯାଇଥିଲା।
_1786539025.jpg)
କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, କାଉନସିଲର ସଂଘମିତ୍ରା ସ୍ୱାଇଁ, ଅଜିତ ବେହେରା ଓ ସୁବ୍ରତ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ସର୍ବେଶ୍ୱର ବଳିୟାରସିଂ, ପୌର ପରିଷଦର କର୍ମଚାରୀଙ୍କ ସମେତ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ।
ପାରାଦୀପ କଲେଜ ଏନସିସି ଆଲୁମୁନି ଆସୋସିଏସନର ସଭାପତି ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର, ସମ୍ପାଦକ ଶ୍ରୀ ପଦ୍ମନାଭ ଦାସ ଓ ସହ-ସମ୍ପାଦକ ଶ୍ରୀ ଅନାଦି ସେନାପତି, ଆହ୍ୱାନ ଫାଉଣ୍ଡେସନର ସମ୍ପାଦକ ଶ୍ରୀ ପ୍ରଭାସ ସ୍ୱାଇଁ ଏବଂ ସ୍ୱତଭିକ ସୋଲ ଫାଉଣ୍ଡେସନର ଶ୍ରୀ ବିଶ୍ୱଜିତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ସଭାରେ ବକ୍ତାମାନେ କହିଥିଲେ ଯେ, ସ୍ୱଚ୍ଛତା କେବଳ ପୌର ପରିଷଦର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ସହରର ବିଭିନ୍ନ ୱାର୍ଡର ସମସ୍ୟା ଚିହ୍ନଟ କରିବା ଏବଂ ଲୋକଙ୍କ ନିକଟରେ ସଚେତନତା ଓ ସାମାଜିକ ସେବା ପହଞ୍ଚାଇବା ପାଇଁ ବିଭିନ୍ନ NGO ଓ ସାମାଜିକ ସଂଗଠନକୁ ଦାୟିତ୍ୱ ଦିଆଯାଇଥିବା ପୌର ପରିଷଦର ପଦକ୍ଷେପକୁ ସ୍ୱାଗତ କରାଯାଇଥିଲା।
ଏହି ଅବସରରେ ୱାର୍ଡ ନମ୍ବର–୧୪ର ତତ୍ତ୍ୱାବଧାନ ଦାୟିତ୍ୱ ପାରାଦୀପ କଲେଜ ଏନସିସି ଆଲୁମୁନି ଆସୋସିଏସନକୁ ପ୍ରଦାନ କରାଯାଇଥିବାରୁ ସଭାପତି ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଥିଲା।
“ସ୍ୱଚ୍ଛ ସହର, ସୁସ୍ଥ ଜୀବନ ଓ ସବୁଜ ପରିବେଶ ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ।”
ଏହି ବାର୍ତ୍ତା ସହ ଆସନ୍ତୁ ସମସ୍ତେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ସୁନ୍ଦର ପାରାଦୀପ ଗଢ଼ିବାକୁ ସଂକଳ୍ପ ନେବାକୁ ଆହ୍ୱାନ କରାଯାଇଥିଲା।