ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ

ଢେଙ୍କାନାଳ, 12/08/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ତା.୧୨.୭.୨୦୨୬ -
Article Image
ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ପ୍ରମୂଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରାଇ ଆଲୋଚ଼ନା କରିଛନ୍ତି । ଏହି ଅବସରରେ ସେ ଉପସ୍ଥିତ ସମସ୍ତ ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ଦାବୀ - ଆପତ୍ତି ପାଇଁ ଫର୍ମ-୯, ୧୦,୧୧, ୧୧-ଏ ଓ ୧୧- ବି ପ୍ରଦାନ କରିଥିଲେ । ଏହି ବୈଠକରେ ଇ.ଆର.ଓ. - ସବ୍ କଲେକ୍ଟର (୫୫-ଢେଙ୍କାନାଳ) ଶ୍ରୀ ପଦ୍ମ ଚରଣ ସାହୁ, ଡ଼େପୁଟୀ କଲେକ୍ଟର (ନିର୍ବାଚ଼ନ) ନିବେଦିତା ରାଉତଙ୍କ ସମେତ ବିଜେଡ଼ିର ପ୍ରତିନିଧି ଶ୍ରୀ ଗୋପାଳ ପାତ୍ର ଏବଂ ଶ୍ରୀ ବିଷ୍ଣୁ ପ୍ରସାଦ କର, ଜାତୀୟ କଂଗ୍ରେସର ଶ୍ରୀ ବନମାଳି ଦାସ ଓ ଶ୍ରୀମତୀ ଶିଳ୍ପୀଶ୍ରୀ ହରିଚ଼ନ୍ଦନ ଏବଂ ଆମ୍ ଆଦମୀ ପାର୍ଟିର ପ୍ରତିନିଧି ଶ୍ରୀ ପଙ୍କଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
7