ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାୟକ ଶେଖର ଜଗନ୍ନାଥଙ୍କ ଶ୍ରଦ୍ଧାଞ୍ଜଳି ସଭା

ଏରସମା, 13/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
କଟିଜଙ୍ଗl ଗ୍ରାମର କୁମ୍ଭକାର ବଂଶର ଶ୍ରେଷ୍ଠ ଦାୟାଦ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭା ନିଖିଳ ଉତ୍କଳ ପାଲା ପରିଷଦ, ସାରସ୍ୱତ ମହାମଞ୍ଚ ଜଗତସିଂହପୁର ଓ ପରିବାର, ବନ୍ଧୁ ବର୍ଗଙ୍କ ତତ୍ତ୍ୱlବଧାନରେ ନିଖିଳ ଉତ୍କଳ ପାଲା ପରିଷଦ ସଭାପତି ମଦନ ମୋହନ ଜେନା ଉଦଘାଟକ ଭାବେ ଯୋଗ ଦେଇଥିବାବେଳେ କ. ଶଶୀଭୁଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଓ ପ୍ରଶାନ୍ତ ସେଠୀଙ୍କ ସଂଯୋଜନାରେ ଅତିଥିଭାବେ ପଣ୍ଡିତ ନାଗୁ ଦେବତା, ଡ଼ଃ ବସନ୍ତ କୁମାର ରାଉତ,ବନବିହାରୀ ଗ୍ରହlଚାର୍ଯ୍ୟ, ରଜନୀକାନ୍ତ ପୃଷ୍ଟି,ଧ୍ୱଜରାଜ ଖଣ୍ଡୁଆଳ, ଦୀପ୍ତି ଖଣ୍ଡୁଆଳ,ମହେଶ୍ୱର ସ୍ୱାଇଁ, କୈଳାସ ଚନ୍ଦ୍ର ପ୍ରଧାନ, ହୃଷିକେଶ ଜେନା, ନଗେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ପ୍ରାରମ୍ଭରେ ଯୋଗଦେଇଥିବାବେଳେ ଡ଼ଃ ବସନ୍ତ ମଞ୍ଜରୀ ଦାସ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ପରେ ପରେ ବାଲିକୁଦା ଏରସମା
Article Image
ଯୁବ ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ବିଧାୟକ, ପ୍ରଶାନ୍ତ କୁମାର ମୁଦୁଲି,ଡ଼ଃ ଲଲାଟେନ୍ଦୁ ମହାପାତ୍ର,ପୂର୍ବତନ ସାଂସଦ ଡା କୁଳମଣି ସାମଲ, କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ,କଂଗ୍ରେସ ନେତା ନଳିନୀ କୁମାର ସ୍ୱାଇଁ, ସରକାରୀ ଓକିଲ ଅକ୍ଷୟ କୁମାର ସ୍ୱାଇଁ,କୈଳାଶ ଚନ୍ଦ୍ର ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟ, ଚେୟାରମ୍ୟାନ ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ଉପାଧିର ଯୋଗ୍ୟତା ଥିବା ଜଗନ୍ନାଥ ବେହେରାଙ୍କୁ ମରଣଉତ୍ତର ଭାବେ ପ୍ରଦାନ କରାଯିବାକୁ ଦାବୀ ରଖିଥିଲେ l ପରିଶେଷରେ ଜାମାତା ହଂସନାଥ ମୁଦୁଲି ଧନ୍ୟବାଦ ଦେଇଥିଲେ l
7