ଏରସମା, 13/08/2026, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
ଜଗତସିଂହପୁର : ଓଡ଼ିଶାର ପାଲା ଓ ସାରସ୍ୱତ ଜଗତର ବିଶିଷ୍ଟ ଗାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶତାୟୁ ପୁରୁଷ ସ୍ୱର୍ଗତ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ସ୍ମୃତିରେ ପଲ୍ଲୀକଣ୍ଟାସ୍ଥିତ ଜଗନ୍ନାଥ ମଣ୍ଡପରେ ଏକ ଭାବବିହ୍ୱଳ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ, ଓଡ଼ିଶା, ସାରସ୍ୱତ ମହାମଞ୍ଚ, ଜଗତସିଂହପୁର, ବେହେରା ପରିବାର ଓ ବନ୍ଧୁବର୍ଗଙ୍କ ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ନିଖିଳ ଉତ୍କଳ ପାଲା ପରିଷଦର ସଭାପତି ମଦନ ମୋହନ ଜେନା ଉଦ୍ଘାଟକ ଭାବେ ଯୋଗଦେଇଥିଲେ। କ. ଶଶୀଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରଶାନ୍ତ ସେଠୀଙ୍କ ସଂଯୋଜନାରେ ସଭା ପରିଚାଳିତ ହୋଇଥିଲା।
ସଭା ପ୍ରାରମ୍ଭରେ ପଣ୍ଡିତ ନାଗୁ ଚରଣ ଦେବତା, ଡଃ ବସନ୍ତ କୁମାର ରାଉତ, ବନବିହାରୀ ଗ୍ରହାଚାର୍ଯ୍ୟ, ରଜନୀକାନ୍ତ ପୃଷ୍ଟି, ଧ୍ୱଜରାଜ ଖଣ୍ଡୁଆଳ, ଦୀପ୍ତି ଖଣ୍ଡୁଆଳ, ମହେଶ୍ୱର ସ୍ୱାଇଁ, କୈଳାସ ଚନ୍ଦ୍ର ପ୍ରଧାନ, ହୃଷିକେଶ ଜେନା ଓ ନଗେନ୍ଦ୍ରନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିଲେ। ଡଃ ବସନ୍ତି ମଞ୍ଜରୀ ଦାସ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ।
ପରବର୍ତ୍ତୀ ସମୟରେ ବାଲିକୁଦା-ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଡଃ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ସାଂସଦ କୁଳମଣି ସାମଲ, କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, କଂଗ୍ରେସ ନେତା ଇଞ୍ଜିନିୟର ନଳିନୀ କୁମାର ସ୍ୱାଇଁ, ସରକାରୀ ଓକିଲ ଅକ୍ଷୟ କୁମାର ସ୍ୱାଇଁ, କୈଳାଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଛାୟତ ଓ ଚେୟାରମ୍ୟାନ ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବକ୍ତାମାନେ କହିଥିଲେ, ଓଡ଼ିଆ ପାଲା ଓ ସାରସ୍ୱତ ଜଗତରେ ଶେଖର ଜଗନ୍ନାଥ ବେହେରାଙ୍କ ଅବଦାନ ଅତୁଳନୀୟ। ତାଙ୍କର କଳାସାଧନା ଓ ସାଂସ୍କୃତିକ ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବାକୁ ସଭାରେ ଦାବି ଉଠିଥିଲା।
ଶେଷରେ ସ୍ୱର୍ଗତ ବେହେରାଙ୍କ ଜାମାତା ହଂସନାଥ ମୁଦୁଲି ସମସ୍ତ ଅତିଥି ଓ ଉପସ୍ଥିତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।