ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ : ବିଶାଳ ଶୋଭାଯାତ୍ରା ଓ ବାଇକ୍ ରାଲିରେ ଦେଶଭକ୍ତିର ଉତ୍ସାହ

ରାୟଗଡ଼, 13/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) - ୧୩ ଅଗଷ୍ଟ ୨୦୨୬ :
Article Image
ସ୍ୱାଧୀନତା ଦିବସ ପାଳନ ଅବସରରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନକୁ ଅଧିକ ଜନମୁଖୀ ଓ ଉତ୍ସବମୁଖର କରିବା ଉଦ୍ଦେଶ୍ୟରେ ଆଜି ରାୟଗଡ଼ ସହରରେ ଏକ ବିଶାଳ ଶୋଭାଯାତ୍ରା ଓ ବାଇକ୍ ରାଲି ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଶୋଭାଯାତ୍ରାକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।
Article Image
ଏହି ଦେଶଭକ୍ତିମୟ କାର୍ଯ୍ୟକ୍ରମରେ ୧୫୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ, ଛାତ୍ରଛାତ୍ରୀ, ଯୁବବର୍ଗ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ତ୍ରିରଙ୍ଗା ଧରି ଉତ୍ସାହର ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିସହ କୋଣାର୍କ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ଜଗଦଳପୁର ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳଗୁଡ଼ିକ ନିଜ ନିଜ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ କଳା ପରିବେଷଣ କରି ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲେ।
Article Image
ଶୋଭାଯାତ୍ରା ସହିତ ଆୟୋଜିତ ବାଇକ୍ ରାଲିରେ CRPF ଯବାନମାନେ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ତ୍ରିରଙ୍ଗା ପତାକା ଧରି ଶତାଧିକ ବାଇକ୍ ଆରୋହୀଙ୍କ ଏହି ରାଲି ସହରର ବିଭିନ୍ନ ରାସ୍ତା ପରିକ୍ରମା କରି ଦେଶପ୍ରେମ, ଏକତା ଓ ଜାତୀୟ ଗୌରବର ବାର୍ତ୍ତା ପ୍ରଚାର କରିଥିଲା।
Article Image
ଶୋଭାଯାତ୍ରା ଓ ବାଇକ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ସହରର ବିଭିନ୍ନ ପ୍ରମୁଖ ରାସ୍ତା ଦେଇ ଗାନ୍ଧୀ ପାର୍କ ନିକଟରେ ଶେଷ ହୋଇଥିଲା।  ସମଗ୍ର କାର୍ଯ୍ୟକ୍ରମରେ ‘ଘରେ ଘରେ ତିରଙ୍ଗା’ ଅଭିଯାନକୁ ସଫଳ କରିବା ସହ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ଦଳର ଆକର୍ଷଣୀୟ ପରିବେଷଣ, ତ୍ରିରଙ୍ଗାରେ ସଜ୍ଜିତ ଶୋଭାଯାତ୍ରା ଏବଂ CRPF ଯବାନଙ୍କ ଅଂଶଗ୍ରହଣ ଫଳରେ ସମଗ୍ର ରାୟଗଡ଼ ସହର ଆଜି ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ହୋଇଉଠିଥିଲା।
Article Image
Article Image
Article Image
7