ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର, 13/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
Article Image
ଆସନ୍ତା ସ୍ୱାଧୀନତା ଦିବସ ତଥା ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ତମ ବର୍ଷପୂର୍ତ୍ତି ଅବସରରେ ଜିଲ୍ଲାବ୍ୟାପୀ ୯ ରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ “ଘରେ ଘରେ ତ୍ରିରଙ୍ଗା-୨୦୨୬” ଅଭିଯାନ ବ୍ୟାପକ ଭାବେ ପାଳନ/କରାଯାଉଛି ।ଜଗତସିଂହପୁରରେ ‘ଘରେ ଘରେ ତ୍ରିରଙ୍ଗା’ ଉତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବାଇକ୍ ରାଲି, ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି । ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲାରେ ‘ଘରେ ଘରେ ତ୍ରିରଙ୍ଗା’ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ କଲେଜ ଛକ ଠାରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶପ୍ରେମର ଭାବନାରେ ଉତ୍ସବମୁଖର ହୋଇଉଠିଥିଲା ସାରା ସହର । ରାଲିରେ ଅଂଶ ଗ୍ରହଣ କାରୀ ମାନେ ଜାତୀୟ ପତାକା ଧରି ଦେଶପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ। ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିବା ବେଳେ ବହୁ ଜନପ୍ରତିନିଧି, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଯୋଗ ଦେଇଥିଲେ।
5