ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳରେ ସ୍ବାଧୀନତା ଦିବସ ପାଇଁ ତ୍ରିରଙ୍ଗାର ପସରା

ଢେଙ୍କାନାଳ, 13/08/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ୮୦ତମ ସ୍ବାଧୀନତା ଦିବସକୁ ଆଉ ମାତ୍ର କିଛି ଦିନ। ଦେଶପ୍ରେମର ଭାବନାରେ ଉତ୍ସବମୁଖର ହେବାକୁ ଯାଉଛି ଢେଙ୍କାନାଳ ସହର। ସହରର ବିଭିନ୍ନ ବଜାର ଓ ଛକରେ ଲାଗିଛି ତ୍ରିରଙ୍ଗା ପତାକାର ଦୋକାନ। ଜବାହର ଚୌକ ଅଞ୍ଚଳର ପାତ୍ର ବୁକ୍ ଷ୍ଟୋରରେ ମଧ୍ୟ ବିଭିନ୍ନ ଆକାର ଓ ଡିଜାଇନ୍‌ର ତ୍ରିରଙ୍ଗା ପତାକା ବିକ୍ରି ହେଉଛି। ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ୫ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପତାକା ଉପଲବ୍ଧ ରହିଛି।
Article Image
ବିଶେଷକରି ପିଲାମାନଙ୍କ ପାଇଁ ରହିଛି ଆକର୍ଷଣୀୟ ଡିଜାଇନ୍‌ର ଛୋଟ ଛୋଟ ତ୍ରିରଙ୍ଗା। ହାତରେ ଧରିବା ପତାକାଠାରୁ ଆରମ୍ଭ କରି ଘର, ଦୋକାନ ଓ ଅନୁଷ୍ଠାନ ସଜାଇବା ପାଇଁ ବଡ଼ ପତାକା ପର୍ଯ୍ୟନ୍ତ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି।
6