ଏରସମା, 13/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
_1786643135.jpg)
ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଏକାଦଶାହ ଦିବସରେ ସୁଦେଷ୍ଣl ଖବରକାଗଜ ତାର କଳେବରରେ ବିଭିନ୍ନ ଜଗନ୍ନାଥ ପ୍ରେମୀଙ୍କ ବାର୍ତ୍ତାକୁ ସ୍ଥାନିତ କରିଥିବାବେଳେ ଜଗତସିଂହପୁର ଶାଖା କାର୍ଯ୍ୟାଳୟ ମୁଖ୍ୟ ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ୱlବଧାନରେ ତାହା ଲୋକାର୍ପିତ ହୋଇଥିଲା l ଏହି ଉତ୍ସବରେ ଡ଼ଃ ଦାମୋଦର ରାଉତଙ୍କ ସୁକନ୍ୟା କର୍ପୋରେଟର ପ୍ରୀତିନନ୍ଦା ରାଉତ ମୁଖ୍ୟ ଅତିଥି,ଆଇନଜୀବୀ ଡ଼ଃ ବୀରନାରlୟଣ ପାତ୍ର ମୁଖ୍ୟ ବକ୍ତା, ଓ ସମ୍ମାନିତ ଅତିଥି ଭାବେ ଧରିତ୍ରୀ ପ୍ରତିନିଧି ଦୀପ୍ତି ଖଣ୍ଡୁଆଳ, ପଣ୍ଡିତ ନାଗୁ ଚରଣ ଦେବତା, ପ୍ରଗତିବାଦୀ ପ୍ରତିନିଧି ଚନ୍ଦ୍ରଜିତ ଦାସ, ଡା ତନ୍ମୟ ସେଠୀ, ଯୁବ ସମାଜସେବୀ ଧ୍ୱଜରାଜ ଖଣ୍ଡୁଆଳ, ଶିକ୍ଷାବିତ୍ ବିନୋଦ ବିହାରୀ ମୁଦୁଲି,ବ୍ୟାସ ଫାଉଣ୍ଡେସନ ପ୍ରତିଷ୍ଠାତା ସିଦ୍ଧେଶ୍ୱର ପଣ୍ଡା ପ୍ରମୁଖ ଯୋଗଦେଇ ସୁଦେଷ୍ଣlର ଏହି ପୂଜ୍ୟ ପୂଜା ପରମ୍ପରlକୁ ଭୁୟସୀ ପ୍ରଶଂସା କରିବାସହ ଜଗନ୍ନାଥ ବେହେରାଙ୍କ ଅମ୍ଲାନ ସ୍ମୃତି ଚାରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାଲା ଗାୟିକା ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ,ଜାମାତା ହଂସନାଥ ମୁଦୁଲି, କନ୍ୟା ସବିତା ମୁଦୁଲି ଓ ପରିବାରର ସଦସ୍ୟଗଣ ଉପସ୍ଥିତ ଥିଲେ l ସୁଦେଷ୍ଣl ଶାଖା କାର୍ଯ୍ୟାଳୟ କାର୍ଯ୍ୟକାରୀ ସମ୍ପାଦକ ଯଯାତିକେଶରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ l