ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୟାଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ବାଲିପଦରରେ ଆତ୍ମହତ୍ୟା

ବୁଗୁଡ଼ା, 13/08/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ, ବୁଗୁଡ଼ା ପୋଲିସ ଥାନା ଅଧିନସ୍ଥ, ବାଲିପଦର ଫାଣ୍ଡିର ବାଲିପଦର ଗ୍ରାମରେ ଜଣଙ୍କ ଘରେ ନୟାଗଡ଼ ଜିଲ୍ଲାର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
Article Image
ମୃତକ ଜଣକ ହେଲେ ନୟାଗଡ଼ ଜିଲ୍ଲାର କୁମ୍ଭାରପଡ଼ା ଗ୍ରାମର ଶରତ କୁମାର ପଣ୍ଡା ।ସୂଚନା ମୁତାବକ ଗତ କାଲି ରାତିରେ ଶରତ ନିଜର ତିନି ବର୍ଷର ପୁଅ ସହିତ ବ୍ରହ୍ମପୁରରୁ ବସ୍ ଯୋଗେ ନିଜ ଗ୍ରାମକୁ ଯାଉଥିବା ବେଳେ କୌଣସି କାରଣରୁ ବାଲିପଦରରେ ଓହ୍ଲାଇ ପଡ଼ିଥିଲେ । ଫାଣ୍ଡି ଠାରୁ କିଛି ଦୂରରେ ରହୁଥିବା ଜଣଙ୍କ ଘରକୁ ଯାଇ ଯୁବକ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଯୁବକ ଜଣଙ୍କ ମୃତ ଦେହ ନିକଟରେ ତାଙ୍କର ତିନି ବର୍ଷର ପୁଅ କାନ୍ଦୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ମୃତ ଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାର ବିଷୟରେ ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ଼ି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
7