ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମ ପରାୟଣ ବ୍ୟକ୍ତି ନିଶାକର ପରିଡାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

ବାଲିତୁଠ, 22/02/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ବଡବୁଦା ଗ୍ରାମର ସାମ୍ବାଦିକ ଉମାକାନ୍ତ ପରିଡାଙ୍କ ପୀତା ସ୍ବର୍ଗତ ନିଶାକର
Article Image
ପରିଡ଼ାଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି।ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ପାତ୍ର ଜଣେ ସମାଜ ସେବୀ,ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ,ତାଙ୍କ କର୍ମମୟ ଜୀବନ ଭିତରେ ରହି ଗାଁର ଉନ୍ନତି ଏବଂ ଗାଁର ଉଭୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ସବୁଦିନ ପାଇଁ ମନେରହିଵ ବୋଲି କହିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜେପି ନେତା ଶଶିକାନ୍ତ ପରିଡ଼ା, ରାଜ୍ୟ ବିଜେପି ନେତା ନୃସିଂହ ସାହୁ, ଆଇନଜୀବୀ ପଦ୍ମଲୋଚନ ଦାଶ, ସମାଜସେବୀ ପ୍ରକାଶ ପାଲ୍, ବାଲିତୁଠ ପଞ୍ଚାୟତ ପୃବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ପରିଡ଼ା,ଏରସମା ବ୍ଲକ ବିଜେପି ନେତା ସୈlରୀ ସାମନ୍ତରାୟ, ନିବାରଣ ନାୟକ, ନିରାକାର ସ୍ୱlଇଁ, ମୋହିତ ମହାନ୍ତି, ଭରତ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ପରିଶେଷରେ ଭଜନ ସଂଧ୍ୟା ପରିବେଶଣ କରାଯାଇଥିଲା।
1