ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଏନଏସିରେ ତ୍ରିରଙ୍ଗା ଶୋଭାଯାତ୍ରା,୫୦୦ ମିଟର ଲମ୍ବା ତ୍ରିରଙ୍ଗା ପତକା ନେଇ ହେଲା ଶୋଭାଯାତ୍ରା, ଯୋଗଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବୁଗୁଡ଼ା, 13/08/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଠାରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ୫୦୦ ମିଟର ବିଶାଳ ତ୍ରିରଙ୍ଗା ପତାକା କୁ ଛାତ୍ର ଛାତ୍ରୀ ଏବଂ ମହିଳା ମାନେ ଧରି ସହର ପରିକ୍ରମା କରିଥିଲେ lବ୍ଳକ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କ ଦେଇ ପିପୁଲସ ହାଇସ୍କୁଲ ଛକ ଠାରୁ ବିରଞ୍ଚିନାରାୟଣ ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ପରିକ୍ରମା କରିଥିବା ବେଳେ ଏଥିରେ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମିଲ ହୋଇଥିଲେ l ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ୫୦୦ ମିଟର ଲମ୍ବା ତ୍ରିରଙ୍ଗା ପତକା ହୋଇଥିବା ବେଳେ ଜାତୀୟ ପତାକା ତ୍ରିରଙ୍ଗା ଆମ ସ୍ବାଭିମାନ, ଗୌରବ ଓ ବଳିଦାନର ପ୍ରତୀକ ଆସନ୍ତୁ ଦେଶପ୍ରେମ ସଞ୍ଚିତ ଏହି ସଂକଳ୍ପ ନେଇ ଦେଶ ଓ ରାଜ୍ୟର ବିକାଶରେ ଯୋଗଦାନ ଦେଇ 'ହର ଘର ତ୍ରିରଙ୍ଗା' ଅଭିଯାନକୁ ଏକ ଐତିହାସିକ ସଫଳତା କରିବା ପାଇଁ ନିବେଦନ କରୁଥିଲା।
Article Image
ଏଥିରେ ଜିଲ୍ଲା ସଭାପତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସିମାଞ୍ଚଳ ସାହୁ, ତ୍ରିରଙ୍ଗା ପଦଯାତ୍ରାର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର,ସହ ସଂଯୋଜକ ସୁନୀଲ ପାଢ଼ୀ, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଯୁବ ନେତା ପ୍ରଭାକର ପଣ୍ଡା,ମଣ୍ଡଳ ସଭାପତି କେଦାରନାଥ ମହାରଣା ସମେତ ସମସ୍ତ ମଣ୍ଡଳର ସଭାପତି ଏବଂ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ଦୁଇଟି ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା ସମସ୍ତ ଛାତ୍ରଛାତ୍ରୀ ଏନଏସି ର କାଉନସିଲର ଓ କର୍ମଚାରୀ ବୃନ୍ଦ,ସ୍ବଚ୍ଛସାଥି,ଅଙ୍ଗନବାଡ଼ି ,ସିଆରପି , ଏମମ୍ବିକେ, ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ମହିଳା ମାନେ ସାମିଲ ହୋଇଥିଲେ।
Article Image
6