ଏରସମା, 14/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ଜଗତସିଂହପୁର ଏରସମା ୧୨/୮ବରିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ଗିତାଦାସଙ୍କ ଲିଖିତ "ସୁରନନ୍ଦନଙ୍କ ସ୍ୱର୍ଗବାସ "ଶ୍ରଦ୍ଧାଞ୍ଜଳି ପୁସ୍ତିକାକୁ
ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଏକାଦଶାହ ଦିବସରେ ଏରସମା ନିକଟସ୍ଥ ପଲିକଣ୍ଟ। ବଜାର ଜଗନ୍ନାଥ ମଣ୍ଡପଠାରେ ଶଶିଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ନାଟ୍ୟକାର ପ୍ରଶାନ୍ତ କୁମାର ସେଠିଙ୍କ ପରିଚାଳନାରେ ତାହା ଲୋକାର୍ପିତ ହୋଇଥିଲା l ଏହି ଉତ୍ସବରେ ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ,ସ୍ୱର୍ଗତ ମନ୍ତ୍ରୀ ଡ଼ଃ ଦାମୋଦର ରାଉତଙ୍କ ସୁକନ୍ୟା କର୍ପୋରେଟର ପ୍ରୀତିନନ୍ଦା ରାଉତରା଼ୟ , ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ ପୂଜ୍ୟପୂଜା ସଂସଦ ଏରସମା ଅଧକ୍ଷ ଯଯାତି କେଶରୀ ସାମନ୍ତରାୟ,ଡ଼ଃ ବୀରନାରାୟଣ ପାତ୍ର,ମହେଶ୍ଵର ସ୍ୱାଇଁ, ଦୀପ୍ତି ଖଣ୍ଡୁଆଳ, ପଣ୍ଡିତ ନାଗୁ ଚରଣ ଦେବତା, ଚନ୍ଦ୍ରଜିତ ଦାସ, ଡା ତନ୍ମୟ ସେଠୀ, ଯୁବ ସମାଜସେବୀ ଧ୍ୱଜରାଜ ଖଣ୍ଡୁଆଳ, ଶିକ୍ଷାବିତ୍ ବିନୋଦ ବିହାରୀ ମୁଦୁଲି,ବ୍ୟାସ ଫାଉଣ୍ଡେସନ ପ୍ରତିଷ୍ଠାତା ସିଦ୍ଧେଶ୍ୱର ପଣ୍ଡା ପ୍ରମୁଖ ଯୋଗଦେଇ ଏହି ପୂଜ୍ୟ ପୂଜା ପରମ୍ପରlକୁ ଭୁୟସୀ ପ୍ରଶଂସା କରିବାସହ ଜଗନ୍ନାଥ ବେହେରାଙ୍କ ଅମ୍ଲାନ ସ୍ମୃତି ଚାରଣ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ପାଲା ଗାୟିକା ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ,ଜାମାତା ହଂସନାଥ ମୁଦୁଲି, କନ୍ୟା ସବିତା ମୁଦୁଲି ଓ ପରିବାରର ସଦସ୍ୟଗଣ ଉପସ୍ଥିତ ଥିଲେ l