ରାହାମା, 14/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :
ତା - ୧୩/୦୮ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଜଳମଗ୍ନ ହୋଇପଡ଼ିଥିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତର ଜଳମଗ୍ନ ହୋଇଥିବା ବେଳେ ଅନେକ ଗାଁ, ଗଣ୍ଡା ଜଳ ବନ୍ଦୀ ଅବସ୍ଥା ରେ ରହିଥିଲା।ସେଥିମଧ୍ୟରୁ ସାଇଲୋ ଓ ତାଳପଡ଼ା ଗ୍ରାମ ପଞ୍ଚାୟତର ହରିପୁର ଗାଁ, ଅନ୍ୟତମ ଯାହାକି ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା, ଏଥି ସହ ଗାଁ ଦାଣ୍ଡରେ ୫ଫୁଟ ପାଣି ପ୍ରବାହିତ ହୋଇ ଫସଲ ନଷ୍ଟ, ମାଟି ଘର ଭାଙ୍ଗିବା ଯିବା, ଗୃହ ପାଳିତ ପଶୁ ମାନେ ଜଳ ବନ୍ଦୀ ରେ ୧୪ ଦିନ ଧରି ଥିଲେ ।କିନ୍ତୁ ଗାଁ ଦାଣ୍ଡ ରୁ ପାଣି ଛାଡିଛି ସତ କିନ୍ତୁ ଏବେ ବି ଲୋକମାନେ ଦୁର୍ଦଶା ଭୋଗୁଛନ୍ତି। ଏବେ ବି ପାଣି ସନ୍ତ ସନ୍ତିଆ ହୋଇଥିବା ରୁ ଚୁଲି ଜାଳି ରୋଷେଇ କରିବା ସମ୍ଭବ ପର ନୁହେଁ।ଏହି ଦୁଃରଦିନ ଓ ଅସହାୟ ସମୟରେ ଦେବଦୂତ ସାଜି ସହଯୋଗର ହାତ ବଢ଼ାଇବା ସହିତ ହରିପୁର ପୁରାଣ ବର୍ଣିତ ବାବା ଵାଲା ଜଟିଆ ଙ୍କ ନିକଟରେ ରନ୍ଧନ ଖାଦ୍ୟ ବଣ୍ଟନ କରିଥିଲେ। ସାଇଲୋ ପୂର୍ବତନ ସରପଞ୍ଚ ଶିଶିର କୁମାର ଦାସ ଙ୍କ ଏଭଳି ମହାନତା ପାଇଁ ହରିପୁର ଗ୍ରାମ ବାସୀ ତଥା ପଞ୍ଚାୟତ ର ଜନ ସାଧାରଣ ମାନେ କ୍ଷୀରୋଦ ଦାସ, ପ୍ରଶାନ୍ତ ଦାସ, ବିଭୁ ପ୍ରସାଦ ଦାସ,ତନ୍ମୟ ପାତ୍ର, କାଳନ୍ଦୀ ଚରଣ ବାରିକ, ବାବାଜୀ ପଲେଇ, ଆଲୋକ କୁମାର ଦାସ ରୋହିତ ଖୁଣ୍ଟିଆ, ନାଗାର୍ଜୁନ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ।
