ରାହାମା, 14/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) : *ଓମ୍ଫେଡ ଫେରାଇ ଦୁଗ୍ଧ ଚାଷୀ ବେସରକାରୀ ସଂସ୍ଥା ମୁହାଁ।
*ଓମ୍ଫେଡ ଓ ବେସରକାରୀ କ୍ଷୀର ର ଲିଟର ପିଛା ଟଙ୍କା ସମାନ ରଖିବା ପାଇଁ ଦାବି

ତା - ୧୩/୦୮ କଟକ ଜିଲ୍ଲା ଦୁଗ୍ଧ ସମିତି ଅଧୀନରେ ରେ ଥିବା ତିର୍ତୋଲ, ବାଲିକୁଦା, ରାହାମା, କେନ୍ଦ୍ରାପଡ଼ା, ପ୍ରଭୁତି ଅଞ୍ଚଳ ର ଦୁଗ୍ଧ ସଂଗ୍ରହ କାରି ସମ୍ପାଦକ କୁ ନେଇ ଆଜି ଅପରାହ୍ନ ୩ ଘଟିକା ସମୟରେ ରାହାମାସ୍ଥିତ ଜଗନ୍ନାଥ ମଣ୍ଡପ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ବାବୁଲି ଦାସ ଅଧକ୍ଷ୍ୟତା ସଭାରେ ଦୁଗ୍ଧ ସଂଗ୍ରହ କରୁଥିବା ସମ୍ପାଦକ ମାନେ କ୍ଷୀର ପ୍ରଦାନ କରୁଥିବା ଚାଷୀ ମାନେ ଦିନକୁ ଦିନ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ଅଧୀନରେ ଥିବା ସଂଗ୍ରହ କାରି ସମ୍ପାଦକ ମାନଙ୍କ ନିକଟରେ କ୍ଷୀର ନ ଦେଇ ବେସରକାରୀ ଦୁଗ୍ଧ ସଂଗ୍ରହ ସଂସ୍ଥା କୁ କ୍ଷୀର ଯୋଗାଉଛନ୍ତି ଯ ଦ୍ୱାରା କ୍ଷୀର ସଂଗ୍ରହର ପରିମାଣ ଦିନକୁ ଦିନ କମିବାର ରହିଛି। ସୂଚନା ଅନୁସାରେ ପ୍ରତ୍ୟେକ ଦିନ ୨ଲକ୍ଷ୍ୟ ୧୬ ହଜାର ଲିଟର ର ଦୁଗ୍ଧ ଚାଷୀ ମାନଙ୍କ ଠାରୁ ସଂଗୃହିତ ହେଉଥିବା ବେଳେ ଆଜିକା ଦିନରେ ୧ଲକ୍ଷ ୪୦ହଜାର ଲିଟରରେ ପହଞ୍ଚିଲାଣି ଯେଉଁଥି ପାଇଁ ଦୁଗ୍ଧ ସଂଗ୍ରହ କାରି ସମ୍ପାଦକ ମାନେ କ୍ଷତି ସହିବା ସହ ବିଭିନ୍ନ ପ୍ରମୁଖ ଦାବିକୁ ନେଇ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତିକୁ ଦାୟୀ କରିଛନ୍ତି। ଆଜିର ବୈଠକ ରେ ସମ୍ପାଦକ ମାନେ କହିବା ଅନୁସାରେ
୧ -ଓମ୍ଫେଡରେ ସଂଗୃହିତ ଦୁଗ୍ଧ ମୂଲ୍ୟ ସହ ବେସରକାରୀ ଭାବେ ସଂଗୃହିତ ଦୁଗ୍ଧ ମୂଲ୍ୟ ସହ ସମାନ ରଖାଯାଉ।
୨-କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ତରଫରୁ ଦୁଗ୍ଧ ଚାଷୀଙ୍କୁ ଠିକ ସମୟରେ ଦୁଗ୍ଧ ମୂଲ୍ୟ ପ୍ରଦାନ କରାଯାଉ
୩-ଓମ୍ଫେଡ ଗୋଖାଦ୍ୟ ନିୟମିତ ଭାବେ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଉ।
୪-ସରକାରଙ୍କ ଦ୍ୱାରା ଦୁଗ୍ଧ ଚାଷୀ ମାନଙ୍କୁ ଦିଆ ଯାଉଥିବା ପ୍ରୋତ୍ସାହନ ରାଶି ଯଥା ଶୀଘ୍ର ପ୍ରଦାନ କରାଯାଉ
୫-ଓମ୍ଫେଡ ନିକଟରେ ଚାଷୀ ମାନଙ୍କ ର ବକେୟା ରାଶି କୁ ଦିବିଟି ମାଧ୍ୟମରେ ପ୍ରଦାନ କରାଯାଉ।
୬-ଅଚାନକ ଭାବରେ ଦୁଗ୍ଧରେ ଥିବା , ଘୃତ ଏବଂ ଛେନା ର ପୁଷ୍ଟି ସାରକୁ ହ୍ରାସ କରିବା ସହିତ ଚାଷୀ ମାନଙ୍କ ର ଦୁଗ୍ଧ ମାନ ହ୍ରାସ କରାଇ ଦୁଗ୍ଧ ର ମୂଲ୍ୟ ଉପରେ ଟଙ୍କା ହ୍ରାସ କରିବା କୁ ନେଇ ଚିନ୍ତା ରେ ସମ୍ପାଦକ ମାନେ?
ଆଜିର ଏହି ବୈଠକ କଟକ ଜିଲ୍ଲା ଦୁଗ୍ଧ ସମିତି ଅଧୀନରେ ଥିବା ସମ୍ପାଦକ -ଖଗେଶ୍ୱର ରାଉତ, ବାବୁଲି ଦାସ, ରମାକାନ୍ତ ସ୍ୱାଇଁ, ସାରଦା ନାୟକ, ଶୁକଦେଵ ବେହେରା, ପ୍ରକାଶ ଦାସ, ଶିଶିର କୁମାର ଡ଼ାଳୁଆ, ଗୌରାଙ୍ଗ ଚରଣ ଦାସ, କୈଳାଶ ଚନ୍ଦ୍ର ରାଉତ, ଶରତ ଚନ୍ଦ୍ର ଜେନା, ପ୍ରଦୀପ୍ତ ସ୍ୱାଇଁ, ପ୍ରକାଶ ସାମଲ, ରଜନୀ କାନ୍ତ ଚଇନି ଉପସ୍ଥିତ ଥିଲେ ଏଥି ସହିତ ଏହିଭଳି ସମସ୍ୟା ଯଦି ଲାଗି ରୁହେ କ୍ଷୀର ସଂଗ୍ରହ ପରିମାଣ କମିବା ସହିତ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ରୁ ଭରସା କଟିଯିବା ସହିତ ଅନେକ ଚାଷୀ ବେସରକାରୀ ଦୁଗ୍ଧ ସଂଗ୍ରହ ସଂସ୍ଥା କୁ ଆପଣାଇ ବେ। ଏଥି ସହ ଦୁଗ୍ଧ ଚାଷୀ ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ଉପରୋକ୍ତ ବିଷୟ ପ୍ରତି ବିଚାର କରି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦୁଗ୍ଧ ସଂଗ୍ରହ ସମ୍ପାଦକ ମାନେ ଦାବି କରିଛନ୍ତି।