ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ , ୧୦ ଗିରଫ

କୁଜଙ୍ଗ , 14/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
୧୩/୦୮: କୁଜଙ୍ଗ ଥାନା ଅନ୍ତର୍ଗତ ପାନପଲ୍ଲୀ ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ। ଟଙ୍କା ଲଗାଇ ଟିନ୍ ପତ୍ତି ଖେଳୁଥିବା ବେଳେ ୧୦ ଜଣଙ୍କୁ କାବୁ କରିଛି କୁଜଙ୍ଗ ପୋଲିସ। ଘଟଣାସ୍ଥଳରୁ ନଗଦ ୮୪,୯୩୦ ଟଙ୍କା, ୧୦ଟି ମୋବାଇଲ୍ ଫୋନ୍, ୩୦ ବାଣ୍ଡଲ୍ ତାସ୍ ଓ ୩ଟି ଦୁଇଚକିଆ ଯାନ ଜବତ ହୋଇଛି। ବିଶ୍ୱସ୍ତ ସୂଚନା ଆଧାରରେ ବୁଧବାର ରାତି ପ୍ରାୟ ୮ଟା ୩୦ରେ କୁଜଙ୍ଗ ଥାନାଧିକାରୀ ଶ୍ରୀ ଶିବ ଶିଶିଙ୍କ ନେତୃତ୍ୱରେ ଏବଂ ତିର୍ତ୍ତୋଲ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଅଜୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାନପଲ୍ଲୀ ଗାଁର ଏକ ଘରେ ଚଢ଼ାଉ କରାଯାଇଥିଲା। ପୋଲିସ ଚଢ଼ାଉ ସମୟରେ ଜୁଆ ଖେଳରେ ସମ୍ପୃକ୍ତ ଥିବା ୧୦ ଜଣଙ୍କୁ ଧରିଥିଲା। ତେବେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଆକ୍ରମଣ କରିବାରୁ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁକାନ୍ତ ବେହେରା, ସ୍ମୃତି ବିଶ୍ୱାଳ, ଶିବ୍ରତ ରାଉତ, ହୃଷୀକେଶ ବେହେରା, ରାଜକିଶୋର ସ୍ୱାଇଁ, ବେଣୁଧର ପାଣି, ସାହାଦେବ ବେହେରା, ସୁଶାନ୍ତ ଦାସ, ସାଗର ଦାସ ଓ ଜୁମର ବେହେରା। ସମସ୍ତେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଏନେଇ କୁଜଙ୍ଗ ଥାନାରେ BNS ଏବଂ ଓଡ଼ିଶା ଜୁଆ ପ୍ରତିରୋଧ ଆଇନ ଅନୁଯାୟୀ ମାମଲା ନଂ-୧୯୮/୨୦୨୬ ରୁଜୁ ହୋଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ସକାଳେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ SI ଅଜୟ ଅର୍ଜୁନ ଖଣ୍ଡାଗିରି ସୂଚନା ଦେଇଛନ୍ତି।
Article Image
ଜୁଆ ଆଡ୍ଡା ବିରୋଧରେ ପୋଲିସର ଏହି ଚଢ଼ାଉ ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
7